spot_img

Latest Posts

ଓଡ଼ିଶା ସ୍ପୋର୍ଟସ୍ ଜର୍ଣ୍ଣାଲିଷ୍ଟ ଆସୋସିଏସନ୍ ପକ୍ଷରୁ ୨ଜଣଙ୍କୁ ‘ଓସଜା’ ସମ୍ମାନ ପ୍ରଦାନ

ଭୁବନେଶ୍ୱର: ଓଡ଼ିଶାର ୨ଜଣଙ୍କୁ ‘ଓସଜା’ କ୍ରୀଡା ସମ୍ମାନ ପ୍ରଦାନ । ଭୁବନେଶ୍ୱର କିଟ୍ ଅଡିଟୋରିୟମରେ ଓଡ଼ିଶା ସ୍ପୋର୍ଟସ ଜର୍ଣ୍ଣାଲିଷ୍ଟ ଆସୋସିସନ ବା OSJA ପକ୍ଷରୁ ଆୟୋଜିତ ୭ମ ପ୍ରତିଷ୍ଠା ଦିବସରେ ଏହି ସମ୍ମାନ ପ୍ରଦାନ କରାଯାଇଛି । ବାସ୍କେଟବଲ୍ ଲିଜେଣ୍ଡ ତଥା ଭାରତୀୟ ପୂର୍ବତନ ଖେଳାଳି ଅରୂପାନନ୍ଦ ରାଉତରାୟଙ୍କୁ ଲାଇଫ ଟାଇମ୍ ଆଚିରଭ୍‌ମେଣ୍ଟ ସମ୍ମାନ ଓ ଟୋକିଓ ଅଲମ୍ପିକ୍ସ ହକିରେ ବ୍ରୋଞ୍ ପଦକ ବିଜେତା ଅଲମ୍ପିଆନ୍ ବୀରେନ୍ଦ୍ର ଲାକ୍ରାଙ୍କୁ ଶ୍ରେଷ୍ଠ ଖେଳାଳି ସମ୍ମାନ ପ୍ରଦାନ କରାଯାଇଛି ।

ସଂଘର ସଭାପତି ତଥା ବରିଷ୍ଠ ସାମ୍ବାଦିକ ସନ୍ଦୀପ ମିଶ୍ରଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଓଡ଼ିଶାର ପ୍ରଥମ ମହିଳା ସାଇକେଲିଷ୍ଟ ତଥା ଅର୍ଜୁନ ପୁରସ୍କାର ବିଜେତା ମୀନତି ମହାପାତ୍ର, ସମ୍ମାନିତ ଅତିଥି ଭାବେ ଭାରତୀୟ ଭାରୋତ୍ତଳନ ସଙ୍ଘର ସଭାପତି ସହଦେବ ଯାଦବ, ଓସିଏ ସଭାପତି ପଙ୍କଜ ଲୋଚନ ମହାନ୍ତି, ସମ୍ପାଦକ ସଞ୍ଜୟ ବେହେରା ପ୍ରମୁଖ ଯୋଗ ଦେଇ କ୍ରୀଡ଼ାର ବିକାଶ ପାଇଁ କ୍ରୀଡ଼ା ସାମ୍ବାଦିକଙ୍କ ଭୂମିକା ଉପରେ ନିଜର ମତପୋଷଣ ରଖିଥିଲେ । ଓଡ଼ିଶା ଏବେ କ୍ରୀଡ଼ାର ହବ ହେବାକୁ ଯାଉଛି । ଏଥିପାଇଁ ସମସ୍ତ ଅତିଥିମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ୍ ଦେଇଥିଲେ । କାର୍ଯକ୍ରମରେ ‘ଓସଜା’ର ସମ୍ପାଦକ ସମ୍ୱିତ ମହାପାତ୍ର, କାର୍ଯକାରୀ ସଭାପତି କେ.ରବିଙ୍କ ସମେତ ରାଜ୍ୟର ବହୁ କ୍ରୀଡ଼ା ସାମ୍ବାଦିକ ଉପସ୍ଥିତ ଥିଲେ ।

ଏଥିସହିତ ପଢ଼ନ୍ତୁ: ପୌର ନିର୍ବାଚନ ନେଇ କାଲି ସରିବ ପ୍ରଚାର, ଆଜି ସିଲ୍ ହେଲା ଇଭିଏମ୍

 

Latest Posts

Don't Miss