ଦୁବାଇରୁ ଉଦ୍ଧାର ହେଲେ ୪ଜଣ ଓଡ଼ିଆ ଶ୍ରମିକ

ଦୁବାଇରେ ଫସିଥିବା ୪ଜଣ ଓଡିଆ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି । ଉଦ୍ଧାର କଲା ରାଜ୍ୟ ସରକାରଙ୍କ ମୋ ପରିବାର ଯୋଜନା । ସେମାନେ ଯାଜପୁର ଅଞ୍ଚଳର ବୋଲି ଜଣା ପଡିଛି । ସେମାନଙ୍କୁ ବର୍ତ୍ତମାନ ଭୁବନେଶ୍ୱରକୁ ସ୍ଥାନାନ୍ତର କରାଯାଇଛି ।
ଘଟଣାନୁଯାୟୀ ଅଶୋକ କୁମାର ଜେନା ଓ ସୁବାସ କୁମାର ଜେନା ନାମକ ଦୁଇ ଦଲାଲ ୪ଜଣ ଯୁବକ ସଂଜୟ ଜେନା, ଦୀପକ ସେଠୀ, ବିଜୟ ସାହୁ ଓ ଚିରଞ୍ଜୀବ ଜୋନାଙ୍କୁ ଚାକିରି ଲୋଭ ଦେଖାଇ ଦୁବାଇ ନେଇଥିଲେ । କିନ୍ତୁ ସେମାନଙ୍କୁ ସେଠାକାର କମ୍ପାନୀ କାମ ନଦେବା ସହ ମାଡ଼ ମାରୁଥିବାର ଅଭିଯୋଗ ହୋଇଥିଲା । ଘଟଣା ସଂପର୍କରେ ସୂଚନା ମିଳିବା ପରେ ରାଜ୍ୟ ସରକାରଙ୍କ ମୋ ପରିବାର ଟିମ୍ ୪ଓଡିଆ ଶ୍ରମିକଙ୍କୁ ଉଦ୍ଧାର କରିଛି ।