ରାଜ୍ୟରେ ଆଉ ୨ ଜଣ କରୋନା ସଂକ୍ରମିତ, ସିଲ୍ ହେଲା ଆକ୍ରାନ୍ତଙ୍କ ଘର
1 min readଭୁବନେଶ୍ୱର: ରାଜ୍ୟରେ ଆଉ ୨ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୨ ଜଣଙ୍କ ମଧ୍ୟରୁ ଜଣେ ଢେଙ୍କାନାଳର ହୋଇଥିବା ବେଳେ ଅନ୍ୟ ଜଣକ ପଶ୍ଚିମବଙ୍ଗର ମେଦିନପୁରର । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଟ୍ୱିଟ୍ କରି ଏହି ସୂଚନା ଦିଆଯାଇଛି ।
2 new COVID-19 POSITIVE cases confirmed so far today.
1 Dhenkanal town case, female 51 years
1 patient of a Bhubaneswar based private hospital , male 69 years of Medinipur, WB. Brought in ambulance directly from WB. Further details will be released during daily press briefing.
— H & FW Dept Odisha (@HFWOdisha) April 9, 2020
ଢେଙ୍କାନାଳରୁ ଜଣେ ୫୧ ବର୍ଷୀୟା ମହିଳା କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଅନ୍ୟପକ୍ଷରେ ଦ୍ୱିତୀୟ ବ୍ୟକ୍ତି ପଡ଼ୋଶୀ ରାଜ୍ୟ ପଶ୍ଚିମବଙ୍ଗର ମେଦିନପୁର ଅଞ୍ଚଳର । ସେ ଭିବନେଶ୍ୱର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ । ତାଙ୍କୁ ସିଧାସଳଖ ଆମ୍ୱୁଲାନ୍ସ ଯୋଗେ ଭୁବନେଶ୍ୱର ଅଣାଯାଇଥିଲା । ଆକ୍ରାନ୍ତ ଜଣଙ୍କ ୬୯ ବର୍ଷୀୟ ପୁରୁଷ । ଏଥିସହିତ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୪ରେ ପହଞ୍ଚିଛି । ଢ଼େଙ୍କାନାଳରୁ ଆକ୍ରାନ୍ତ ଜଣଙ୍କ ଚିହ୍ନଟ ହେବା ପରେ ସମ୍ପୃକ୍ତ ବ୍ୟାକ୍ତିଙ୍କ ଘର ସିଲ୍ କରିଛି ସ୍ଥାନୀୟ ପ୍ରଶାସନ ।
ସତ୍ୟନଗର ତୋଷାଳି ଭବନ ଓମଫେଡକୁ ଆପଣ ଯାଇଛନ୍ତି କି ? ରୁହନ୍ତୁ କ୍ୱାରେଣ୍ଟାଇନରେ