ଚିଲିକାରେ ବୁଡ଼ିଲା ଡଙ୍ଗା, ୨ ନିଖୋଜ

ବ୍ରହ୍ମଗିରି: ଚିଲିକାରେ ଅଘଟଣ । ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଳକ୍ ବ୍ରହ୍ମଗିରି ଥାନା ଅଧୀନରେ ଗମ୍ଭାରୀ ଗାଁ ନିକଟରେ ବୁଡ଼ିଲା ଡଙ୍ଗା । କାଳିଜାଈ କୁଦାକୁ ଭୋଜି କରିବା ପାଇଁ ଏକ ଡଙ୍ଗାରେ ୧୩ ଜଣ ଯାଇଥିଲେ । ଭୋଜି କରି ସଂଧ୍ୟାରେ ଫେରିବା ସମୟରେ ମଝି ଚିଲିକାରେ ଡଙ୍ଗାଟି ଭାରସାମ୍ୟ ହରାଇ ବୁଡ଼ି ଯାଇଥିଲା । ଘଟଣା ସ୍ଥଳରୁ ୧୦ ଜଣ ଉଦ୍ଧାର କରାଯାଇଥିବା ବେଳେ ୩ ଜଣ ନିଖୋଜ ଥିଲେ । ସଂଧ୍ୟାରେ ଟୁଆ ଗାଁର ଉଗ୍ରସେନ ଦାସ ନାମକ ଜଣେ ବ୍ୟକ୍ତି ଉଦ୍ଧାର ହୋଇଥିବାବେଳେ ଅନ୍ୟ ଦୁଇ ଜଣ ଏବେ ବି ନିଖୋଜ ଅଛନ୍ତି । ଉଦ୍ଧାର କାର୍ଯ୍ୟରେ ସ୍ଥାନୀୟ ଲୋକଙ୍କ ସହ ଅଗ୍ନିଶମ ବାହିନୀ ସାମିଲ ହୋଇଛନ୍ତି ।