ବଡଓଷାରେ ପୋଖରୀକୁ ଗାଧୋଇବାକୁ ଯାଇ ଦୁଇ ଭାଇଙ୍କ ସଲିଳ ସମାଧି
1 min read
କାମାକ୍ଷାନଗର: ଏକତାଳି ଗାଁରେ ଅଭାବନୀୟ ଘଟଣା । ବଡ଼ଓଷାରେ ପୋଖରୀକୁ ଗାଧୋଇବାକୁ ଯାଇ ୨ ସମ୍ପର୍କୀୟ ନାବାଳକ ଭାଇଙ୍କ ମୃତ୍ୟୁ । ମୃତକ ୨ ସମ୍ପର୍କୀୟ ଭାଇ ହେଲେ ଗଣେଶ୍ୱର ବେହେରା ଓ ଶୁଭମ ବେହେରା । ଦୁଇ ଜଣ ନାବାଳକଙ୍କ ମୃତ୍ୟୁକୁ ନେଇ ଏକତାଳି ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।
ତେବେ ଆଜି ସକାଳୁ ୨ ସମ୍ପର୍କୀୟ ନାବାଳକ ଭାଇ ପୋଖରୀକୁ ଗାଧୋଇବାକୁ ଯାଇଥିଲେ । ଘରକୁ ଫେରିବାରେ ବିଳମ୍ଵ ହେବାରୁ ଘର ଲୋକ ଖୋଜାଖୋଜି କରିଥିଲେ । ଦୀର୍ଘ ସମୟ ଧରି ଖୋଜାଖୋଜି ପରେ ପୋଖରୀରୁ ୨ଜଣ ଶିଶୁଙ୍କ ମୃତଦେହକୁ ଉଦ୍ଧାର କରିଥିଲେ ଗ୍ରାମବାସୀ l