କୁଆଖାଇରେ ବୁଡି ୨ ଛାତ୍ର ମୃତ

1 min read

ଭୁବନେଶ୍ବର: କୁଆଖାଇରେ ବୁଡି ୨ ଛାତ୍ର ମୃତ । ସରସ୍ବତୀ ମୂର୍ତ୍ତି ବିସର୍ଜନ ବେଳେ ଅଘଟଣ । ମୃତ ଛାତ୍ର ଦୁଇଜଣ ଏକ ଟିଉସନ୍ ସାରଙ୍କ ସହ ରଙ୍ଗ ବଜାର କୁଆଖାଇ ନଦୀକୁ ଆସିଥିଲେ । ମୂର୍ତ୍ତି ବିସର୍ଜନ ବେଳେ ବୁଡି ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

୨ ଛାତ୍ରଙ୍କୁ ଗୁରତର ଅବସ୍ଥାରେ ଉଦ୍ଧାର କଲା ଅଗ୍ନିଶମବାହିନୀ । ଛାତ୍ର ଦୁହିଁଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।

ସୂଚନା ଅନୁସାରେ, ବୁଧବାର ଦିନ ସକାଳ ସମୟରେ ଦୁଇ ଜଣ ଛାତ୍ର ସରସ୍ୱତୀ ମୂର୍ତ୍ତିକୁ ନେଇ ବାଲିଅନ୍ତା ଥାନା ରଙ୍ଗ ବଜାର ନିକଟରେ ଥିବା କୁଆଖାଇ ନଦୀକୁ ବିସର୍ଜନ ପାଇଁ ଯାଇଥିଲେ । ହେଲେ ମୂର୍ତ୍ତି ବିସର୍ଜନ ବେଳେ ପାଣିରେ ବୁଡିଗଲେ ଦୁଇ ଜଣ ଛାତ୍ର । ଏହାପରେ ଦୁଇ ଜଣ ଛାତ୍ରଙ୍କୁ ଉଦ୍ଧାର କରି ନିକଟସ୍ଥ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଡାକ୍ତର ଉଭୟଙ୍କୁ ମୃତଦେହ ଘୋଷଣା କରିଛନ୍ତି । ମୃତ ଦୁଇ ଛାତ୍ର୧୫ ଵର୍ଷିୟ ସିକୁନ ସେନାପତି ଏବଂ ଦିବ୍ୟଜ୍ୟୋତି ମହାଳିକ ।
ସିକୁନ ଭୁବନେଶ୍ବର ୟୁନିଟ-୬ ଗଙ୍ଗନଗର ଅଞ୍ଚଳର ହୋଇଥିବାବେଳେ ଦିବ୍ୟଜ୍ୟୋତି କାଳୀମନ୍ଦିର ବସ୍ତି ଅଞ୍ଚଳର ସୂଚନା । ଘଟଣାରେ ବାଲିଅନ୍ତା ପୋଲିସ ଛାନ୍‌ଭିନ୍‌ ଜାରି ରଖିଛି । ଏହାସହିତ ଶବ ବ୍ୟବଚ୍ଛେଦ ରିପୋର୍ଟକୁ ମଧ୍ୟ ଅପେକ୍ଷା ରଖିଛି ପୋଲିସ ।