ରାଉରକେଲାରୁ ଇନ୍ଦୋର ଓ ମୁମ୍ବାଇ ଗଲା ମେଡିକାଲ୍ ଅକ୍ସିଜେନ୍ ଟ୍ୟାଙ୍କର
1 min readରାଉରକେଲା: ଦେଶର ବିଭିନ୍ନ ରାଜ୍ୟରେ ଅମ୍ଲଜାନ ଅଭାବ ଲାଗି ରହିଥିବା ବେଳେ ସହାୟତା କରୁଛି ଓଡ଼ିଶା । ରାଉରକେଲାରୁ ୨ଟି ମେଡିକାଲ୍ ଅକ୍ସିଜେନ୍ ଟ୍ୟାଙ୍କର ମଧ୍ୟପ୍ରଦେଶର ଇନ୍ଦୋର ଓ ମହାରାଷ୍ଟ୍ର ମୁମ୍ବାଇ ଅଭିମୁଖେ ବାହାରିଛି । ଏହି ମେଡିକାଲି ଅକ୍ସିଜେନ୍ ଭର୍ତ୍ତି ଟ୍ୟାଙ୍କରକୁ ଓଡ଼ିଶା ପୋଲିସ ଗ୍ରୀନ୍ କରିଡରରେ ଏସ୍କର୍ଟ କରି ନେଉଛି ।
Now 2 medical oxygen tankers.
One for Indore, MP (21 ton) and second for Mumbai, MH (25 ton), on way from Rourkela. Dedicated Corridor established by Odisha Police for prompt and unhindered movement. pic.twitter.com/SKPvma8xk6— Odisha Police (@odisha_police) April 23, 2021
ରାଉରକେଲାରୁ ଇନ୍ଦୋରକୁ ୨୧ ଟନ୍ ଅକ୍ସିଜେନ୍ ଯାଉଥିବା ବେଳେ ମୁମ୍ବାଇକୁ ୨୫ ଟନ୍ ଅକ୍ସିଜେନର ଦ୍ୱିତୀୟ ଟ୍ୟାଙ୍କର ଯାଉଛି । ସକାଳେ ଯାଜପୁରରୁ ୨ଟି ଅକ୍ସିଜେନ୍ ଟ୍ୟାଙ୍କର ଆନ୍ଧ୍ରର ଭିଶାଖାପାଟ୍ଟଣମ ଏବଂ ମହାରାଷ୍ଟ୍ରର ପୁନେ ଅଭିମୁଖେ ବାହାରି ଥିଲା । ଉକ୍ତ ଅକ୍ସିଜେନ୍ ଟ୍ୟାଙ୍କରକୁ ପୋଲିସ ଗ୍ରୀନ୍ କରିଡରରେ ଏସ୍କର୍ଟ କରି ନେଇଥିଲା ।
ଏଥିସହ ପଢ଼ନ୍ତୁ- ଯାଜପୁରରୁ ବିଶାଖାପାଟଣା ଓ ପୁଣେ ଗଲା ୨ଟି ଅକ୍ସିଜେନ୍ ଟ୍ୟାଙ୍କର