ଏସଓଜି ଯବାନଙ୍କ କମ୍ବିଂ ଅପରେସନରେ ୨ ମହିଳା ମାଓବାଦୀ ନିହତ

1 min read

ଫୁଲବାଣୀ: ଏଏସଓଜି ଗୁଳିରେ ଟଳିଲେ ଦୁଇ ମହିଳା ମାଓବାଦୀ । କନ୍ଧମାଳ ଓ ବୌଦ୍ଧ ଜିଲ୍ଲାରେ ମାଓ ଗତିବିଧି ସୂଚନା ପାଇ କରାଯାଇଥିଲା ଅପରେସନ । ସୀମାନ୍ତ ଗୋଛାପଡା ମାଲାକେରୀ ଅଞ୍ଚଳରେ ଏନକାଉଣ୍ଟର କରାଯାଇଛି । କମ୍ବିଂ ଅପରେସନ ବେଳେ ମାଓବାଦୀଙ୍କ ସହ ମୁହାଁମୁହିଁ ହୋଇଥିଲେ ଏସଓଜି l ଏନକାଉଣ୍ଟରରେ ୨ମହିଳା ମାଓବାଦୀ ନିହତ ହୋଇଛନ୍ତି । ଘଟଣାସ୍ଥଳରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ ହୋଇଥିବାବେଳେ ଏବେ ବି କମ୍ବିଂ ଅପରେସନ ଜାରି ରହିଛି ।

ଏପଟେ ସୀମାନ୍ତରେ ମାଓବାଦୀଙ୍କୁ ଦିଆଯିବ କଡ଼ା ଜବାବ୍ । ଏକାଠି ହେବେ ଛତିଶଗଡ଼ ଓ ଓଡିଶା ପୋଲିସ । ଏଥିପାଇଁ ଭୁବନେଶ୍ବରରେ ବସିଛି ଆନ୍ତଃରାଜ୍ୟ ସମନ୍ବୟ ବୈଠକ । ଏଥିରେ ଓଡ଼ିଶା ଓ ଛତିଗଡ଼ର ଡିଜିପିଙ୍କ ସହିତ ବିଏସଏଫ, ସିଆରପିଏଫ ଓ ଉଭୟ ରାଜ୍ୟର ବରିଷ୍ଠ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ । ଛତିଶଗଡ଼ ଓ ଓଡ଼ିଶା ସୀମାରେ ମାଓ ଗତିବିଧି ଲାଗି ରହିଛି । ଲାଲ ବାହିନୀର ମୁକାବିଲା ନେଇ ରଣନୀତି ସମ୍ପର୍କରେ ଉଭୟଙ୍କ ମଧ୍ୟରେ ଆଲୋଚନା କରାଯାଇଛି ।

ଏଥିପାଇଁ ଉଭୟ ରାଜ୍ୟ ପରସ୍ପରକୁ ନିଜ ନିଜର ଗୁଇନ୍ଦା, ଷ୍ଟାଟେର୍ଜି ସମ୍ପର୍କରେ ଅବଗତ କରାଇଛନ୍ତି । ଉଭୟ ରାଜ୍ୟ ସମନ୍ବୟରେ ମାଓ ମୁକାବିଲାକୁ ଗୁରୁତ୍ବ ଦିଆଯିବ । ମାଓ ପ୍ରଭାବିତ ଅଞ୍ଚଳରେ ବିକାଶ ସହିତ ଯୋଗାଯୋଗକୁ ଗୁରୁତ୍ବ ଦିଆଯାଉଛି । ପୂର୍ବରୁ ଗତ ଜୁଲାଇରେ ଛତିଗଡ଼ ରାୟପୁରରେ ହୋଇଥିଲା ନିଷ୍ପତ୍ତି ସମ୍ପର୍କରେ ମଧ୍ୟ ଆଲୋଚନା କରାଯାଇଛି । ଦେଶରେ ହିଂସାର ସ୍ଥାନ ନାହିଁ । ମାଓବାଦୀମାନେ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ଆହ୍ବାନ ଦେଇଛନ୍ତି ଓଡ଼ିଶା ଡିଜିପି ସୁନୀଲ ବଂଶଲ ।