ଲାଲ ବାହିନୀକୁ ଲାଗିଲା ଶକ୍ତ ଧକ୍କା, ପୋଲିସ ଗୁଳିରେ ୨ ମାଓବାଦୀଙ୍କ ମୃତ୍ୟୁ

କୋରାପୁଟ: ବୈପାରୀଗୁଡାରେ ବଡ଼ ଧରଣର ଏନକାଉଣ୍ଟର । ପୋଲିସ ଗୁଳିରେ ୨ ଜଣ ମାଓବାଦୀଙ୍କ ମୃତ୍ୟୁ ହୋଇଛି । ଲାଲ ବାହିନୀକୁ ଲାଗିଛି ଶକ୍ତ ଧକ୍କା । ମାଳିପଦର ଜଙ୍ଗଲରେ ମାଓ କ୍ୟାମ୍ପ ଚାଲିଥିବା ବେଳେ, ଚଢ଼ାଉ କରିଥିଲା ପୋଲିସ । ପୋଲିସକୁ ଦେଖି ସେମାନେ ଗୁଳି ଚଳାଇବା ଆରମ୍ଭ କରିଥିଲେ । ଯାହାର ଜବାବ ଦେଇଛନ୍ତି ପୋଲିସ ଅଧିକାରୀ ।
ଫଳରେ ପୋଲିସକୁ ଦେଖି ମାଓବାଦୀମାନେ ଗୁଳି ଚଳାଇଥିଲେ । ପୋଲିସର ଜବାବି ଗୁଳି ମାଡ଼ରେ ୨ ଜଣ ମାଓବାଦୀଙ୍କ ମୃତ୍ୟୁ ହୋଇଛି । ସ୍ଥାନୀୟ ଅଞ୍ଚଳରେ କମ୍ବିଂ ଅପରେସନ ଜାରି ରହିଛି । ଚଢ଼ାଉ ବେଳେ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରିଛି ପୋଲିସ ।