spot_img

Latest Posts

ରଖେ ହରି ତ, ମାରେ କିଏ? ମରଣ ମୁହଁରୁ ବଞ୍ଚିଲେ ଦୁଇ ମହିଳା ଶ୍ରମିକ

କେନ୍ଦୁଝର: ‘ରଖେ ହରି, ତ ମାରେ କିଏ ? ଏହାର ଅର୍ଥ ହେଉଛି ଯଦି ଭଗବାନ ପ୍ରାଣୀକୁ ରକ୍ଷା କରିବାକୁ ଚାହିଁବେ, ତେବେ କୌଣସି ଶକ୍ତି ସେହି ପ୍ରାଣୀର ଜୀବନ ନେଇପାରିବ ନାହିଁ। କେନ୍ଦୁଝର ଜିଲ୍ଲା, ବଡ଼ବିଲ ସହର ଟ୍ରକ୍ ମାଲିକ ସଂଘ କାର୍ଯ୍ୟାଳୟ ନିକଟରେ ଗୁରୁବାର ଘଟିଥିବା ଏକ ଘଟଣା ଉପରୋକ୍ତ ଉକ୍ତିକୁ ପ୍ରମାଣିତ କରିଛି। ଏହି ଘଟଣାର ଆଶ୍ଚର୍ଯ୍ୟଜନକ ଭିଡିଓ ଏବେ ସାମ୍ନାକୁ ଆସିଛି, ଯାହା ଆଖିକୁ ବିଶ୍ୱାସ ନ ହେଲେ ମଧ୍ୟ ସତ। ମାତ୍ର କେଇ ସେକେଣ୍ଡ ମଧ୍ୟରେ ସିଧାସଳଖ ମୃତ୍ୟୁ ମୁଖରୁ ଦୁଇ ଜଣ ମହିଳା କିପରି ବଞ୍ଚିଯାଉଛନ୍ତି,ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି ।

ଦୁଇଜଣ ମହିଳା ଶ୍ରମିକ ଏହି ରାସ୍ତା ଅତିକ୍ରମ କରୁଛନ୍ତି । କିଛି ସମୟ ପରେ ଉଭୟ ରାସ୍ତା କଡ଼ରେ ଛିଡ଼ା ହୋଇଛନ୍ତି । ତା’ପରେ ହଠାତ୍ ରାସ୍ତାରେ ଯାଉଥିବା ଏକ ହାଇୱା ଟ୍ରକ୍ ଦୃତ ଗତିରେ ତାଙ୍କ ଉପରକୁ ମାଡ଼ିଯାଇ ପଳାଇ ଯାଉଛି । ଜଣେ ମହିଳା ବାମ ପଟକୁ ଛିଟିକି ପଡ଼ିଥିବା ବେଳେ, ଅନ୍ୟ ମହିଳା ଜଣକ ଗାଡ଼ିର ଠିକ୍ ମଝିରେ ପଡ଼ିଯାଉଛନ୍ତି । ଗାଡ଼ିଟି ଚାଲିଗଲା ପରେ ଉଭୟ କିପରି ରାସ୍ତାରୁ ଉଠୁଛନ୍ତି । ସୌଭାଗ୍ୟ ବଶତଃ ଏଭଳି ଭୟଙ୍କର ଦୁର୍ଘଟଣାରୁ ଉଭୟ ମୃତ୍ୟୁ ମୁଖରୁ ବଞ୍ଚିଯିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଯାହାକୁ ଭଗବାନଙ୍କ ଆଶୀର୍ବାଦ କହିଲେ ଭୂଲ୍ ହେବାନାହିଁ ।

ଏହି ଦୁଇ ମହିଳା ଶ୍ରମିକ ପାଖରେ ଥିବା ଏକ ‘ଶୋ’ ରୁମରେ ଝାଡୁ ପୋଛା କାମକରନ୍ତି । ଏମାନେ ହେଲେ, ଠାକୁରାଣୀ ଅଞ୍ଚଳର ଫୁଲମତି କେରକେଟା ଓ ଦାମୁ ହଟିଂ ର ମମତା ପାତ୍ର । ଫୁଲମତିଙ୍କ ଅଣ୍ଟା ପିଠି ଓ ପଞ୍ଜରାରେ ମାଡ଼ ହୋଇଥିଲା ବେଳେ, ମମତା ମଧ୍ୟ ଆହତ ହୋଇଛନ୍ତି । ଦୁର୍ଘଟଣାରେ ଗୋଟିଏ ମୋବାଇଲ ଫୋନ ମଧ୍ୟ ଭାଙ୍ଗି ଯାଇଥିବା ଅଭିଯୋଗ ହୋଇଛି ।   ମହିଳା ଦ୍ବୟ ଏବେ ଚିକିତ୍ସିତ ହେଉଛନ୍ତି । ସେପଟେ ଗାଡ଼ି ମାଲିକ ଏମାନଙ୍କୁ ମାତ୍ର ୧୦ ହଜାର ଟଙ୍କା ଧରେଇ ଦାୟିତ୍ଵ ସାରି ଦେଇଛନ୍ତି । ଯାହାକୁ ନେଇ ଅସନ୍ତୋଷ ଦେଖା ଦେଇଛି । ତୁରନ୍ତ ଏମାନଙ୍କୁ ଭଲ ଚିକିତ୍ସା ଯୋଗାଇ ଦେବା ସହିତ ଆର୍ଥିକ ସହାୟତା ଦେବାକୁ ଦାବି ହୋଇଛି । ଏ ନେଇ ବଡ଼ବିଲ ଥାନାରେ କୌଣସି ଅଭିଯୋଗ ହୋଇ ନଥିବା ବେଳେ, ପୋଲିସ୍ ସିସିଟିଭି ଫୁଟେଜ ଆଧାରରେ ନିଜଆଡୁ କେଶ୍ ଦାଏର କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ମତ ପ୍ରକାଶପାଇଛି ।

Latest Posts

Don't Miss