୨ଟି ଟ୍ରକ ମୁହାଁମୁହିଁ ଧକ୍କା,୨ମୃତ

କେନ୍ଦୁଝର: ପୁଣି ସଡ଼କ ଦୁର୍ଘଟଣା । ସଦର ଥାନା ଚାନ୍ଦପୋଶରେ ଆଇରନ ଓ କୋଇଲା ବୋଝେଇ ଟ୍ରକ ମୁହାଁମୁହିଁ । ଘଟଣାସ୍ଥଳରେ ୨ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି । ଖବର ପାଇ ଅଗ୍ନିଶମ ଅଧିକାରୀ ଉଦ୍ଧାର କାମରେ ଲାଗିଥିଲେ । ତେବେ ନିଜ ନିଜ ସୀମାକୁ ନେଇ, ଘଟଗାଁ ଓ ସଦର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ନ ଥିଲେ । ଫଳରେ ଉଦ୍ଧାର କାର୍ଯ୍ୟରେ ବିଳମ୍ବ ହୋଇଥିଲା । ତେବେ ବଡ଼ କଥା ହେଉଛି ଆଜିର ଦୁର୍ଘଟଣାକୁ ମିଶାଇ ଏହି ରାସ୍ତାରେ ଗତ ୪ ଦିନରେ ୭ ଜଣଙ୍କର ଜୀବନ ଗଲାଣି ।

ସେପଟେ ସେହି ଚାନ୍ଦିପୋଶି ଛକ ନିକଟରେ ଟ୍ରକ ସହ ପିଟିହେଲା କାର । ଏଥିରେ ଗୋଟିଏ ପରିବାରର ୩ ଗୁରୁତର ହୋଇଛନ୍ତି । ରାସ୍ତାରେ ଠିଆ ହୋଇଥିବା ଏକ ଟ୍ରକକୁ ପଛପଟୁ ଧକ୍କା ଦେଇଥିଲା କାର୍‌ । ସମସ୍ତ ଗୁରୁତରଙ୍କୁ କଟକ ସ୍ଥାନାନ୍ତର । ଏ ପର୍ଯ୍ୟନ୍ତ ଆହତଙ୍କ ପରିଚୟ ମିଳିପାରିନାହିଁ ।

Leave a Reply