ଭୁବନେଶ୍ବରରୁ ସିଜ୍ ହେଲା ୨ କେଜିରୁ ଅଧିକ ଧଳାଜହର

ଭୁବନେଶ୍ୱର: ଭୁବନେଶ୍ବର ଏମସ ନିକଟରୁ ୨ କେଜି ୫୮ ଗ୍ରାମ୍ ବ୍ରାଉନସୁଗାର ଜବତ । ବେଆଇନ ଭାବେ ଚାଲାଣ ବେଳେ ଧରିଲା ଏସଟିଏଫ୍ । ବେଆଇନ ବ୍ରାଉନସୁଗାର ଚାଲାଣ ଅଭିଯୋଗରେ ୩ ଜଣ ଡ୍ରଗ୍ସ ମାଫିଆଙ୍କୁ ଗିରଫ କରାଯାଇଛି । ଗିରଫ ୩ ଜଣ ହେଲେ ତମାଣ୍ଡୋ ରଣସିଂହପୁରର ଭାଗୀରଥି ଭଟ୍ଟ, ବାଲିପାଟଣାର ବିଶ୍ବଜିତ ନାୟକ ଓ ଖଣ୍ଡଗିରିର ଚନ୍ଦନ ମଲ୍ଲିକ । ଗିରଫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି । ୨୦୨୦ ମସିହାରୁ ଏବେ ସୁଦ୍ଧା ୫୪ କେଜି ବ୍ରାଉନସୁଗାର, ୨୦୨ ଗ୍ରାମ କୋକେନ, ୧୦୩ କୁଇଣ୍ଟାଲରୁ ଅଧିକ ଗଞ୍ଜେଇ, ୭୫୦ ଗ୍ରାମ୍ ଅଫିମ ଜବତ ହୋଇଥିବା ବେଳେ ୧୫୦ ଡ୍ରଗ୍ସ ମାଫିଆଙ୍କୁ ଗିରଫ କରାଯାଇଛି ।