କଂଗ୍ରେସ ଛାଡ଼ି ବିଜେଡିରେ ମିଶିଲେ ଶତାଧିକ କର୍ମୀ

ନନ୍ଦିଘୋଷ ବ୍ୟୁରୋ: ରାଉରକେଲା ମହତାଵ ରୋଡ ଅଞ୍ଚଳରେ ଵିଜେଡିର ମିଶ୍ରଣ ପର୍ବ । ଏଥିରେ କଂଗ୍ରେସ ସହିତ ବିଭିନ୍ନ ଦଳର ଦୁଇଶହରୁ ଅଧିକ କର୍ମୀ ବିଜେଡିରେ ସାମିଲ ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ ହିତକର ଯୋଜନା ଓ ବିକାଶ କାର୍ଯ୍ୟକୁ ଦେଖି ଦଳ ଛାଡ଼ି ବିଜେଡିରେ ସାମିଲ ହୋଇଛନ୍ତି । ଦେଶର ନମ୍ଵର ୱାନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ କରି ଵିଶ୍ବ ରେକର୍ଡ ସୃଷ୍ଟି କରିବା ପାଇଁ ବିଜେଡିରେ ସାମିଲ ହୋଇଥିବା କହିଛନ୍ତି । କାର୍ଯ୍ୟକ୍ରମରେ ବିଶିଷ୍ଟ ଶିଳ୍ପପତି ଡି.ଆର ପଟ୍ଟନାୟକ ଓ ବିଜୁ ଜନତା ଦଳ ଅପ୍ରଵାସୀ ସାମୁଖ୍ୟର ସୁନ୍ଦରଗଡ଼ ଜିଲ୍ଲା ଆବାହକ ସୁରେଶ ଶର୍ମା ଯୋଗ ଦେଇଥିଲେ ।