ଦେଶରେ ଆଉ ୨ ଜଣ HMPV ପଜିଟିଭ୍ ଚିହ୍ନଟ, ବଢ଼ି ଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା
1 min readନନ୍ଦିଘୋଷ ବ୍ୟୁରୋ: ଦେଶରେ କାୟା ମେଲାଉଛି ହ୍ୟୁମନ ମେଟାନ୍ୟୁମୋଭାଇରସ ତଥା ଏଚ୍ଏମ୍ପିଭି । ଦେଶରେ ଆଉ ୨ ଜଣ HMPV ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ମହାରାଷ୍ଟ୍ରର ନାଗପୁରରେ ଆଉ ୨ଜଣ ଏଚ୍ଏମ୍ପି ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ନାଗପୁରେ ଭାଇରସ୍ ଦ୍ବାରା ଆକ୍ରାନ୍ତ ହୋଇଥିବା ୨ ଶିଶୁଙ୍କ ବୟସ ୭ ଏବଂ ୧୪ ବର୍ଷ ହେବ। ଉଭୟ ଶିଶୁ ଜ୍ଵର ପରେ ଥଣ୍ଡା ଓ କାଶରେ ପୀଡ଼ିତ ଅଛନ୍ତି । ନାଗପୁରର ଏକ ଘରୋଇ ଡାକ୍ତରଖାନାରେ ଉଭୟଙ୍କ ଚିକିତ୍ସା ଜାରି ରହିଛି । ଦେଶରେ ମୋଟ HMPV ଆକ୍ରାନ୍ତ ସଂଖ୍ୟା ୮କୁ ବୃଦ୍ଧି । ଗତକାଲି ଗୋଟିଏ ଦିନରେ ଦେଶରେ ୬ଶିଶୁ ପଜିଟିଭି ଚିହ୍ନଟ ହୋଇଥିଲେ। ଗତକାଲି ବେଙ୍ଗାଳୁର ଓ ଚେନ୍ନାଇରେ ୨ଜଣ ଲେଖାଏଁ HMPV ସଂକ୍ରମିତ ଚିହ୍ନଟ ହୋଇଥିଲେ । ବେଙ୍ଗାଲୁରୁରେ ଆକ୍ରାନ୍ତ ଜଣେ ଶିଶୁର ବୟସ ୩ ମାସ ଓ ଅନ୍ୟ ଜଣେ ଶିଶୁର ବୟସ ୮ ମାସ ହେବ । ଅହମ୍ମଦାବାଦ ଓ କୋଲକତାରେ ଜଣେ ଲେଖାଏଁ ସଂକ୍ରମତି ଚିହ୍ନଟ ହୋଇଥିଲେ । ଅହମଦାବାଦରେ ଆକ୍ରାନ୍ତ ଶିଶୁର ବୟସ ୨ ମାସ ଓ କୋଲକାତାରେ ଜଣେ ୬ ମାସର ଶିଶୁ ଶରୀରରେ HMPV ଚିହ୍ନଟ ହୋଇଥିଲା। ସଚେତନ ରହିବାକୁ କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ପରାମର୍ଶ ଦିଆଯାଇଛି । ଦେଶରେ ପ୍ରତିଷେଧକ ବ୍ୟବସ୍ଥାରେ ସଚେତନ ରହିବାକୁ କୁହାଯାଇଛି । HMPV ନେଇ ଆଜି ଦିନ ୧୧ଟାରେ ଲୋକସେବା ଭବନରେ ବସିବ ବୈଠକ । ବୈଠକରେ ଧ୍ୟକ୍ଷତା କରିବେ ସ୍ଵାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ଉପସ୍ଥିତ ରହିବେ ସ୍ଵାସ୍ଥ୍ୟ ସଚିବ ଓ ଅନ୍ୟାନ୍ୟ ଅଧିକାରୀ ।