ପୋଖରୀରେ ବୁଡ଼ି ଦୁଇ ନାବାଳିକାଙ୍କ ସଲିଳ ସମାଧି

କଟକ: ପୋଖରୀରେ ବୁଡି ଦୁଇ ନାବାଳିକାଙ୍କ ମୃତ୍ୟୁ । କଟକ ସଦର ଥାନା ଅନ୍ତର୍ଗତ କୁରାଙ୍ଗ ପଂଚାୟତ ଫଳ ବଗିଚା ପୋଖରୀରେ ଘଟିଛି ଅଘଟଣ । ମୃତକ ହେଲେ ୧୦ ବର୍ଷୀୟା ସାଫିୟା ଖାତୁନ ଓ ନନ୍ଦିନୀ କୁମାରୀ । ଉଭୟ ପଞ୍ଚାୟତ ପୋଖରୀକୁ ଗାଧୋଇବାକୁ ଯାଇ ଫେରିନଥିଲେ । ଘର ଲୋକ ବହୁ ଖୋଜାଖୋଜି କରିବା ପରେ ପୋଖରୀରୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ମହିଧରପଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଉଭୟଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଗାଁରେ ଶୋକାକୁଳ ବାତାବରଣ ଖେଳିଯାଇଥିବାବେଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।