ମୁମ୍ବାଇ ଦାଦର ସ୍ଥିତ ଶିବାଜୀ ପାର୍କରେ କୁମ୍ଭୀର ଆତଙ୍କ

1 min read

ମୁମ୍ବାଇ: ସୁଇମିଂ ପୁଲରେ କୁମ୍ଭୀର। ମୁମ୍ବାଇ ଦାଦରର ଶିବାଜୀ ପାର୍କରେ କୁମ୍ଭୀର ଆତଙ୍କ। ପାର୍କରେ ଥିବା ସୁଇମିଂ ପୁଲରେ ଏକ କୁମ୍ଭୀରକୁ ନେଇ ଆତଙ୍କ ଖେଳିଯାଇଛି  । ଆଜି ସକାଳେ ଦୁଇ ଫୁଟର ଏକ କୁମ୍ଭୀର ସୁଇମିଂ ପୁଲ ପାଣିରେ ପହଁରୁଥିବା ଦେଖିବାକୁ ମିଳିଥିଲା ।

ତେବେ ତାକୁ ଧରିବାକୁ ବୃହନ ମୁମ୍ବାଇ ମ୍ୟୁନିସିପାଲିଟି କର୍ପୋରେସନର କର୍ମଚାରୀ ଉଦ୍ୟମ କରିଥିଲେ । କୁମ୍ଭୀରକୁ ଧରିବାବେଳେ ଜଣେ କର୍ମଚାରୀଙ୍କୁ କାମୁଡି ଦେଇଥିଲା । ଏବେ ସେ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବାବେଳେ ପରିଶେଷରେ ଛୁଆ କୁମ୍ଭୀରକୁ ଧରାଯାଇଛି।

https://x.com/mumbaimatterz/status/1709084365911994673?s=20

ଏହି ଛୁଆ କୁମ୍ଭୀରଟି କେମିତି ସୁଇମିଂ ପୁଲ ଭିତରକୁ ଆସିଲା ତାକୁ ନେଇ ଅନୁସନ୍ଧାନ ଜାରି ରହିଛି। ତେବେ ସୁଇମିଂ ପୁଲରେ କୁମ୍ଭୀର ପହଁରୁଥିବାର ଭିଡ଼ିଓ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି।