ପୁରୀରେ ଫୋନି ବାତ୍ୟାକୁ ସାଢେ ୪ ମାସ ବିତିଲା, ଏବେବି ହିନସ୍ତା ହେଉଛନ୍ତି ଲୋକ

1 min read

‘ଫୋନି’ ବାତ୍ୟା ଯିବାକୁ ୪ ମାସରୁ ଅଧିକ ସମୟ ହେଲାଣି, କିନ୍ତୁ ଦୁଃଖ ସରୁନି । ଦିନ ବିତଯାଇଥିଲେ ବି ଚିହ୍ନ ରହିଯାଇଛି । ଫୋନିର ପ୍ରଭାବ ପୁରୀରେ ଅଧିକ ଦେଖିବାକୁ ମିଳିଥିଲା । ଯାହାର ପ୍ରଭାବରେ ପୁରୀର ଚିତ୍ର ପୁରା ବଦଳି ଯାଇଥିଲା । ସବୁ ଠିକ୍ ଠାକ୍ ଭାବେ ଚାଲୁଥିବାର କୁହାଯାଉଥିଲେ ବି ଏବେ ସାମ୍ନାକୁ ଆସିଛି ଅଭାବନୀୟ ଦୃଶ୍ୟ । ପୁରୀ ମୁଖ୍ୟ ଚିକିତ୍ସାଳୟରେ ହୋଇଥିବା କ୍ଷୟକ୍ଷତିର ଚିତ୍ର ଏବେବି ଲୋକଙ୍କୁ ଅସୁବିଧାରେ ପକାଉଛି । ମୁଖ୍ୟ ଚିକିତ୍ସାଳୟର ଶବ ସରଂକ୍ଷଣ ଗୃହରେ ଥିବା ଫ୍ରିଜ୍ ଏବେ ଅଚଳ ହୋଇପଡ଼ିଛି । ଶବକୁ ଖୋଲା ମେଲାରେ ରଖାଯାଉଥିବାରୁ ଶବରୁ ଦୁର୍ଗନ୍ଧ ବାହାରୁଛି  । ତେଣୁ ନା ମେଡିକାଲରେ ରହି ହେଉଛି ନା ସେ ରାସ୍ତା ଦେଇ ଯାଇହେଉଛି  । ଦୁର୍ଗନ୍ଧରେ ଫାଟି ପଡୁଛି ସମଗ୍ର ଅଞ୍ଚଳ  ।

ଦୀର୍ଘ ୬ ମାସ ଧରି ଅଚଳ ହୋଇପଡିଛି ଶବ ସଂରକ୍ଷଣ ଗୃହରେ ଥିବା ଫ୍ରିଜର । କେବଳ ସେତିକିରେ ସରିନି ଦୁଃଖ  । ଅନ୍ୟପଟେ ମେଡିକାଲରେ ଦୁଇ ଦୁଇଟି ଲିଫ୍ଟ ଥିଲେ ସୁଦ୍ଧା ତାହା ଏବେଯାଏଁ ବି କାମ କରୁଛି । ରୋଗୀ, ବୃଦ୍ଧା, ରୋଗୀଙ୍କ ସମ୍ପର୍କୀୟ ସମସ୍ତେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଫଳରେ ୬ ତାଲା ବିଶିଷ୍ଟ ଏହି କୋଠାକୁ ସମସ୍ତେ ପାହାଚରେ ଚଢି ଚଢ଼ି ଯାଉଥିବା ନଜରକୁ ଆସିଛି । ପ୍ରଶାସନ ଏ ଦିଗରେ ଯତ୍ନବାନ ହେବାକୁ ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା । ')}

Leave a Reply