ଆଦିବାସୀଙ୍କ ଟଙ୍କା ହଡ଼ପ କରି ୨ ବନ କର୍ମଚାରୀ ନିଲମ୍ବିତ

ମାଲକାନଗିରି: କେନ୍ଦୁପତ୍ର ବିଭାଗରେ ଆଦିବାସୀଙ୍କ ଟଙ୍କା ହଡ଼ପ ଘଟଣା । ନିଲମ୍ବିତ ହୋଇଛନ୍ତି ମାଲକାନଗିରି ଜିଲ୍ଲାର ୨ ବନ କର୍ମଚାରୀ । ଫରେଷ୍ଟର ପଦ୍ମିନୀ ପଟ୍ଟନାୟକ ଓ ରେଞ୍ଜର ଦୁର୍ଗା ପ୍ରସାଦ ନାୟକଙ୍କୁ ନିଲମ୍ବନ କରିଛନ୍ତି ଜୟପୁର ବନଖଣ୍ଡ ଅଧିକାରୀ ।

ବାଲିମେଳା ବନଖଣ୍ଡ ଅଧିନସ୍ଥ କୁଡୁମୁଲୁଗୁମ୍ମା ପଞ୍ଚାୟତରେ ଗତ ବର୍ଷ ୮ ଜଣ ଆଦିବାସୀ କେନ୍ଦୁପତ୍ର ତୋଳାଳିଙ୍କର ମୃତ୍ୟୁ ହୋଇଥିଲା । ସେମାନଙ୍କ ପରିବାରକୁ ସରକାର କ୍ଷତି ପୂରଣ ବାବଦରେ ୨ ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ରାଶି ଘୋଷଣା କରିଥିଲେ । ହେଲେ ପ୍ରତି ପରିବାର ଠାରୁ ୪୦ ହଜାର ଟଙ୍କା ଲେଖାଏଁ ଫରେଷ୍ଟର ପଦ୍ମିନୀ ପଟ୍ଟନାୟକ ଓ ରେଞ୍ଜର ଦୁର୍ଗା ପ୍ରସାଦ ଲାଞ୍ଚ ନେଉଥିବା ଅଭିଯୋଗ ହୋଇଥିଲା ।

ଏନେଇ କେନ୍ଦୁପତ୍ର ବନଖଣ୍ଡ ଅଧିକାରୀ ପହଞ୍ଚି ଘଟଣାର ତଦନ୍ତ କରିଥିଲେ । ଘଟଣାରେ ୨ ବନ କର୍ମଚାରୀଙ୍କୁ ଜୟପୁର ବନଖଣ୍ଡ ଅଧିକାରୀ ନିଲମ୍ବିତ କରିଛନ୍ତି ।