ନନ୍ଦିଘୋଷ ବ୍ୟୁରୋ : ଚିକିତ୍ସା ଅବହେଳାରୁ ଦୁଇ ଓଡିଆ ମସ୍ୟଜୀବୀଙ୍କ ମୃତ୍ୟୁ। କେରଳ କନୁର ଜିଲ୍ଲା ପାରିୟାରମ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ହୋଇଛି ମୃତ୍ୟୁ। ମୃତ ଦୁଇ ଓଡିଆ ମସ୍ୟଜୀବୀ ହେଲେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ବାଲିପାଟପୁର ଗ୍ରାମର ନିଗମ ବେହେରା ଓ ସୁବାସ ବେହେରା। ସୁବାସଙ୍କର ଗତକାଲି ମୃତ୍ୟୁ ହୋଇଥିବା ବେଳେ ଆଜି ଭୋର ସମୟରେ ନିଗମ ବେହେରାଙ୍କର ମୃତ୍ୟୁ ହୋଇଥିବା ଜଣା ପଡିଛି। ପରିବାର ଲୋକେ ରାଜ୍ୟ ସରକାରଙ୍କୁ ସହାୟତା ପାଇଁ ଅନୁରୋଧ କରିଛନ୍ତି। କେରଳ କନ୍ନୁର ଜିଲ୍ଲାରେ ମାଛଧରା କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି ଓଡିଶାର ଅନେକ ମତ୍ସ୍ଯଜୀବୀ। ପ୍ରତିଦିନ ଗଭୀର ସମୁଦ୍ରକୁ ମାଛ ଧରିବାକୁ ଯାଉଥିଲେ। କ୍ୟାମ୍ପରେ ଶୋଇଥିବାବେଳେ ଗତ ୧୦ ତାରିଖ ଭୋର ସମୟରେ ଗ୍ୟାସ ସିଲିଣ୍ଡର ବିସ୍ଫୋରଣରେ ୪ ଓଡ଼ିଆ ମତ୍ସ୍ଯଜୀବୀ ଗୁରୁତର ହୋଇପଡିଥିଲେ। ସେମାନଙ୍କୁ କନୁର ଜିଲ୍ଲାର ପାରିୟାରମ ମେଡିକାଲ କଲେଜରେ ଚିକିତ୍ସା ଲାଗି ଭର୍ତ୍ତି କରାଯାଇଥିଲା। ଚିକିତ୍ସାରେ ଅବହେଳାରୁ ମୃତ୍ଯୁ ହୋଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ

