spot_img

Latest Posts

ଅନ୍ଧାରୀ ମୂଲକର ଅନ୍ଧ ଶାସନ, କଙ୍ଗାରୁ କୋର୍ଟରେ ୨ବର୍ଷ ହେଲା ବାସନ୍ଦ ଦୁଇ ପରିବାର

ଢ଼େଙ୍କାନାଳ: ପୁଣି ସାମ୍ନାକୁ ଆସିଲା ଅନ୍ଧାରୀ ମୂଲକର ଅନ୍ଧ ଶାସନର ଆଉ ଏକ ନଗ୍ନ ଚିତ୍ର। କଙ୍ଗାରୁ କୋର୍ଟରେ ଗାଁରୁ ବାସନ୍ଦ ହୋଇଛନ୍ତି ଦୁଇଟି ପରିବାର। ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ବାମ୍ ଗାଁରେ। ଗାଁର ସଦାଶିବ ମହାନ୍ତ ଏବଂ ଗୁରୁଚରଣ ମହାନ୍ତଙ୍କ ପରିବାରକୁ ଆଜକୁ ୭ ବର୍ଷ ଧରି ବାସନ୍ଦ କରାଯାଇଛି। ଗାଁରେ ଏକ ଆଡିବନ୍ଧ ନିର୍ମାଣକୁ କେନ୍ଦ୍ର କରି ଉଭୟ ପରିବାରକୁ ନିଆଁ ପାଣି ସମ୍ପୂର୍ଣ୍ଣ ବାରଣ କରାଯାଇଛି। ଏ ନେଇ ଆଜି  ଉଭୟ ପରିବାର କାମାକ୍ଷାନଗର ଉପଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି।

ଏପରିକି ଏହି ଦୁଇ ପରିବାର ପ୍ରତି କଙ୍ଗାରୁ କୋର୍ଟରେ କଡା ପଦକ୍ଷେପ ଗ୍ରହଣ କରାଯାଇଛି। ଦୁଇ ବାସନ୍ଦ ପରିବାର ସହିତ ଗାଁର କୌଣସି ଲୋକ କଥା ହେଲେ କିମ୍ବା ସମ୍ପର୍କ ରଖିଲେ ହଜାରେ ଟଙ୍କା ଫାଇନ ଦେବାକୁ ପଡୁଛି। ସ୍ଵାଧିନତାର ୭୫ ବର୍ଷ ପରେ ବି ଲୋକେ ସେ ଅନ୍ଧାରୀ ମୂଲକର ଅନ୍ଧାରୀ ଶାସନ ଭିତରେ ରହି ଯାଇଛନ୍ତି। ଗାଁରେ ଚଳିବାକୁ ହେଲେ ଫାଇନ ଦେବାକୁ ପଡିବ ୩୦ ହଜାର ଟଙ୍କା ଏବଂ ଛାଡ଼ିବାକୁ ପଡ଼ିବ ସେହି ବିବାଦୀୟ ଜମି। ଦୁଇ ପରିବାର ମଧ୍ୟରୁ ଗୋଟିଏ ପରିବାର ଏବେ କେଉଁଝର ଜିଲ୍ଲା ତେଲକୋଇରେ ରହି ନିର୍ବାସିତ ଦଣ୍ଡ ଭୋଗୁଛନ୍ତି।

ଏ ସବୁ କଷ୍ଟ ବୁଝିବା ପାଇଁ କେହି ନାହାଁନ୍ତି। ଯାହାକୁ ନେଇ ଉଭୟ ପରିବାର ଉପଜିଲ୍ଲାପାଳଙ୍କୁ ନିଜର ଅଭିଯୋଗ ପତ୍ର ପ୍ରଦାନ କରିବା ସହ ଲୁହଭରା କଣ୍ଠରେ ଗୁହାରୀ ଜଣାଇଛନ୍ତି। ଅଭିଯୋଗ ପାଇବା ପରେ ଉପଜିଲ୍ଲାପାଳ ଜ୍ୟୋତିଶଙ୍କର ସାହୁ କଙ୍କଡ଼ାହାଡ଼ ତହସିଲଦାର,ବିଡ଼ିଓ ଏବଂ ପରଜଙ୍ଗ ଥାନା ଅଧିକାରୀଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

Latest Posts

Don't Miss