+୨ର ବାକିଥିବା ସବୁ ପରୀକ୍ଷା ବାତିଲ, ସିବିଏସ୍‌ଇ ଢ଼ାଞ୍ଚାରେ ହେବ ମୂଲ୍ୟାୟନ

ଭୁବନେଶ୍ୱର: ରାଜ୍ୟରେ କରୋନା ସ୍ଥିତି ଦିନକୁ ଦିନ ବଢ଼ିବାରେ ଲାଗିଛି । ଯେଉଁଥିପାଇଁ ସମସ୍ତ ସ୍କୁଲ କଲେଜ ଏବେ ବନ୍ଦ ରହିଛି । କରୋନା ସଂକ୍ରମଣ ବଢ଼ୁଥିବା କାରଣରୁ ଏବେ ପରୀକ୍ଷା କରାଇବା ସମ୍ଭବ ନୁହେଁ । ଏନେଇ ରାଜ୍ୟରେ ମାର୍ଚ ୨୩ ରୁ ୨୮ ମଧ୍ୟରେ ହେବାକୁ ଥିବା +୨ ପରୀକ୍ଷାକୁ ବାତିଲ କରାଯାଇଛି । +୨ର କଳା, ବାଣିଜ୍ୟ ଏବଂ ବିଜ୍ଞାନର ବାକିଥିବା ସମସ୍ତ ପରୀକ୍ଷାକୁ ବାତିଲ କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ଉଛ ଶିକ୍ଷା ମନ୍ତ୍ରୀ ସମୀର ଦାସ ।

ପାଣ୍ଡେମିକ ଓ ପ୍ରତିକୂଳ ପରିସ୍ଥିତି ପାଇଁ ପରୀକ୍ଷା ବାତିଲ ହୋଇଛି ବୋଲି ମନ୍ତ୍ରୀ କହିଛନ୍ତି । ତେବେ ବାତିଲ ପରେ ସିବିଏସ୍‌ଇ ଢ଼ାଞ୍ଚାରେ ଛାତ୍ରଛାତ୍ରୀ ମାନଙ୍କ ପରୀକ୍ଷାର ମୂଲ୍ୟାୟନ କରାଯିବ ବୋଲି କହିଛନ୍ତି ମନ୍ତ୍ରୀ ।  ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀଙ୍କ ଥିଓରି ପେପରକୁ ଦେଖି ଆଭରେଜ ମାର୍କ ଦିଆଯିବ । ଯେଉଁମାନେ ୫ଟି ପେପର ଦେଇଥିବେ ସେମାନଙ୍କର ବେଷ୍ଟ ୩ଟି ପେପର ଅନୁଯାୟୀ ମୂଲ୍ୟାୟନ କରାଯିବ । ଏବଂ ଯେୁଉଁମାନେ ୩ଟି ପେପର ଦେଇଛନ୍ତି ସେମାନଙ୍କର ବେଷ୍ଟ ୨ଟି ପେପରକୁ ଦେଖି ମାର୍କ ଦିଆଯିବ ।

ଠିକ ସେହି ଭଳି କମ୍ପାଟେବଲ ପରୀକ୍ଷାର୍ଥୀ ପୂର୍ବ ପରୀକ୍ଷାର ବେଷ୍ଟ ଅଫ ୨/୩/୪ ଆଧାରରେ ହେବ ମୂଲ୍ୟାୟନ । ଏବଂ ଯେଉଁ ମାନେ ପରୀକ୍ଷେ ଦେଇସାରିଛନ୍ତି ସେମାନଙ୍କର ଯେମିତି ଖାତା ଦେଖା ହୋଇ ମୂଲ୍ୟାୟନ ହେବା କଥା ସେମିତି ହେବ । ତେବେ ଏଥିରେ ଯେଉଁ ପରୀକ୍ଷାର୍ଥି ଅସନ୍ତୁଷ୍ଟ ରୁହନ୍ତି ସେମାନଙ୍କର ପୂନର୍ବାର ପରୀକ୍ଷା ହେବ କରୋନା ସଂକ୍ରମଣ ଠିକ୍‌ ହେବା ପରେ । ରାଜ୍ୟରେ ଏବେ କରୋନା କାରଣରୁ ଖାତା ଦେଖାରେ ବାଧା ଉପୁଜୁଛି । କିନ୍ତୁ ଆମେ ଶତ ଚେଷ୍ଟା କରୁଛୁ ତାଙ୍କର କ୍ୟାରିୟର ଦୃଷ୍ଟିରୁ ଜୁଲାଇ ଶେଷ ସୁଦ୍ଧା ପରୀକ୍ଷା ଫଳ ପ୍ରକାଶ କରିବାକୁ ।

Leave a Reply