ଦାବିର ୨୪ ଘଣ୍ଟା ମଧ୍ୟରେ ପ୍ରତିଶ୍ରୁତି ପୂରଣ : ତୁଷୁରା ହସ୍ପିଟାଲରେ ନିଯୁକ୍ତ ହେଲେ ୨ ଡାକ୍ତର

1 min read

ବଲାଙ୍ଗୀର :  ଦାବିର ୨୪ ଘଣ୍ଟା ମଧ୍ୟରେ ପୂରଣ କଲେ । 5T ସଚିବ ଭି.କେ ପାଣ୍ଡିଆନ ତୁଷରା ଗସ୍ତ ସମୟରେ ମେଡିକାଲରେ ଡାକ୍ତର ସମସ୍ୟାର ସମାଧାନ ଓ ମେଡିକାଲର ଅପଗ୍ରେଡେସନ ପାଇଁ ଲୋକମାନେ ଦାବି କରିଥିଲେ  । ୨୪ ଘଣ୍ଟା ନପୂରୁଣୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଦୁଇଜଣ ଡାକ୍ତରଙ୍କୁ ତୁଷୁରା ଡାକ୍ତରଖାନାରେ ନିଯୁକ୍ତି ଦିଆଯାଇଛି  ।

ବୌଦ୍ଧ ଜିଲ୍ଲା ମନମୁଣ୍ଡାରୁ ଡାକ୍ତର ସୂର୍ଯ୍ୟରଶ୍ମି ସୁମିତ ମହାଲିଙ୍ଗ ଓ ବାଲେଶ୍ବର ଜିଲ୍ଲାରୁ ଡାକ୍ତର ସାଇଶିକାନ ଜେନାଙ୍କୁ ବଦଳି କରି ତୁଷୁରା ଡାକ୍ତରଖାନାରେ ଅବସ୍ଥାପିତ କରାଯାଇଛି  । ଶୀଘ୍ର ତୁଷୁରା ହସ୍ପିଟାଲର ଅପଗ୍ରେଡୋସନ କରାଯିବ  । ଦୀର୍ଘଦିନରୁ ଏଠାରେ ଡାକ୍ତର ସମସ୍ୟା ଲାଗି ରହିଥିଲା । ଡାକ୍ତର ପଦବୀ ପୂରଣ ପରେ ଏବେ ତୁଷୁରା ମେଡିକାଲରେ ଲୋକମାନେ ୨୪ ଘଣ୍ଟିଆ ସ୍ୱାସ୍ଥ୍ୟସେବା ପାଇବେ  ।

ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଫାଇଭ -ଟି ସଚିବ ଭି.କେ ପାଣ୍ଡିଆନଙ୍କୁ ଲୋକମାନେ ଧନ୍ୟବାଦ ଦେଇଛନ୍ତି । ସେହିପରି ତୁଷୁରା ସମଲେଇ ମନ୍ଦିରର ରୂପାନ୍ତରଣ ଓ ଅନ୍ୟାନ୍ୟ ସମସ୍ୟା ଖୁବଶୀଘ୍ର  ମୁଖ୍ୟମନ୍ତ୍ରୀ କରିବେ କରିବେ ବୋଲି ଫାଇଭ-ଟି ସଚିବ କହିଥିଲେ I ଏନେଇ ଲୋକମାନେ ଆଶାବାଦୀ ଅଛନ୍ତି ।