ନାବାଳକ ଅଭିଯୁକ୍ତର ରକ୍ତନମୁନା ବଦଳାଇ ୨ ଡାକ୍ତର ଗିରଫ

ପୁଣେ: ବହୁଚର୍ଚ୍ଚିତ ପୁଣେ ପୋର୍ସ କାର ହିଟ୍‌ ଆଣ୍ଡ ରନ୍‌ କେସରେ ପୋଲିସର ବଡ ଆକ୍ସନ  । ଦୁଇ ଡାକ୍ତରଙ୍କୁ ଗିରଫ କଲା ପୋଲିସ  । ନାବାଳକ ଅଭିଯୁକ୍ତଙ୍କ ମେଡିକାଲ ରିପୋର୍ଟ ତଥା ପ୍ରମାଣ ନଷ୍ଟ କରିବା ଅଭିଯୋଗରେ ଦୁଇ ଡାକ୍ତରଙ୍କୁ ଗିରଫ କରାଯାଇଛି । ଏହି ଦୁଇ ଡାକ୍ତର ଅଭିଯୁକ୍ତଙ୍କ ରକ୍ତପରୀକ୍ଷା ରିପୋର୍ଟରେ ହେରଫେର କରିଥିଲେ  ।

ପୋର୍ସ କାରରେ ଦୁଇ ଜଣଙ୍କୁ ଚଢାଇ ମାରିଥିବା ଅଭିଯୁକ୍ତ ନାବାଳକଙ୍କ ଡାକ୍ତରୀ ପରୀକ୍ଷା ପାଇଁ ପୁଣେର ସସୁନ ସରକାରୀ ହସ୍ପିଟାଲ ଅଣାଯାଇଥିଲା  । ଏହି ସମୟରେ ସେଠାରେ ନାବାଳକଙ୍କ ସମ୍ପର୍କୀୟ ପହଞ୍ଚି ଯାଇଥିଲେ  । ସୁତ୍ର ମୁତାବକ ସେମାନେ ଡାକ୍ତରଙ୍କୁ ପଇସାର ଲୋଭ ଦେଖାଇ ରକ୍ତ ନମୁନାକୁ ବଦଳାଇ ଦେଇଥିଲେ  ।

ଏହି ମାମଲାରେ ଗିରଫ ଡାକ୍ତର ଅଜୟ ତୱରେ ସସୁନ ହସ୍ପିଟାଲରେ ଫରେନ୍ସିକ ମେଡିସିନ ଓ ଟକ୍ସିକୋଲୋଜି ବିଭାଗର ମୁଖ୍ୟ ଅଟନ୍ତି  । ସେହିପରି ଡାକ୍ତର ଶ୍ରୀହରି ହରଲୋଲ ଦୁର୍ଘଟଣା ବିଭାଗର ମୁଖ୍ୟ ଚିକିତ୍ସା ଅଧିକାରୀ ଅଛନ୍ତି  । ଡାକ୍ତର ଶ୍ରୀହରି ନାବାଳକର ରକ୍ତ ନମୁନା ସଂଗ୍ରହ କରିଥିବାବେଳେ ଏଥିରେ ଆଲକହଲ ମାତ୍ରା ଥିବା ସନ୍ଦେହ କରି ଏହା ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଥିଲେ  ।

କ୍ରାଇମବ୍ରାଞ୍ଚ ମୁତାବକ ଅଭିଯୁକ୍ତ ନାବାଳକର ପ୍ରଥମ ରକ୍ତପରୀକ୍ଷା ରିପୋର୍ଟରେ ସେ ନିଶା ସେବନ କରିନଥିବା କୁହାଯାଇଥିଲା  । ଏହାପରେ ଦ୍ବିତୀୟ ଥର ପାଇଁ ନାବାଳକର ରକ୍ତ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଥିଲା  । ଅଜୟ ତାୱରେଙ୍କ ନିର୍ଦ୍ଦେଶରେ ସେ ରିପୋର୍ଟ ବଦଳାଇଥିବା ଜେରା ସମୟରେ ସ୍ବୀକାର କରିଛନ୍ତି ଶ୍ରୀହରି ହଲନୋର  ।