କେନ୍ଦୁ କିଣିବା ବେଳେ ଟ୍ରକ୍ ମାଡ଼ି ଯାଇ ୨ ଜଣଙ୍କ ମୃତ୍ୟୁ

2 Died In Keonjhar In Accident

କେନ୍ଦୁଝର: କାଞ୍ଜିପାଣି ଘାଟି ନିପୋ ଗାଁ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଟ୍ରାକ୍ଟରକୁ ଟ୍ରକ୍ ଧକ୍କା ଦେବାରୁ ଘଟଣା ସ୍ଥଳରେ ଜଣେ ମହିଳାଙ୍କ ସହ ୨ ଜଣଙ୍କ ମୃତ୍ୟୁ ହୋଇଛି । ଦୁର୍ଘଟଣାରେ ଅନ୍ୟ ୪ ଜଣ ଆହତ ହୋଇଥିବା ବେଳେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି ।

ନିପୋ ଘାଟି ରାସ୍ତାକଡ଼ରେ କେନ୍ଦୁ ବିକ୍ରି କରୁଥିବା ବେଳେ ଟ୍ରାକ୍ଟର ଡ୍ରାଇଭର ଓ ସେଥିରେ ଥିବା ୩ ଜଣ କର୍ମଚାରୀ ରାସ୍ତା କଡ଼ରେ ଟ୍ରାକ୍ଟର ରଖି କେନ୍ଦୁ କିଣୁଥିଲେ । ଏହି ସମୟରେ ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରକ୍ ପଛପଟୁ ଧକ୍କା ଦେଇଥିଲା । ଫଳରେ କେନ୍ଦୁ ବିକ୍ରି କରୁଥିବା ମହିଳା ଓ ଟ୍ରାକ୍ଟର ଡ୍ରାଇଭରଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା ।

ମୃତ ମହିଳା ନିପୋ ଗାଁର ନିଆଳି ମନ୍ତ୍ରୀ । ମୃତ ଟ୍ରାକ୍ଟର ଚାଳକ ଜଣଙ୍କ ବରଗଡ଼ ଜିଲ୍ଲାର । ଆହତ କେନ୍ଦୁ ବିକ୍ରି କରୁଥିବା ଜଣେ ମହିଳା ଓ ଟ୍ରାକ୍ଟରରେ ଥିବା ଅନ୍ୟ ୩ ଜଣ କର୍ମଚାରୀଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।