ଶ୍ରମିକକୁ ବଞ୍ଚାଇବାକୁ ଯାଇ ମାଲିକ ମୃତ, ପୋଖରୀରେ ପଡି ଚାଲିଗଲା ଶିଶୁପୁତ୍ର ଜୀବନ

ଢେଙ୍କାନାଳ/ଭଦ୍ରକ: ପରଜଙ୍ଗ ଥାନା ସରକିଶୋରପାଳ ଗାଁରେ ଅଭାବନୀୟ ଘଟଣା । କୂଅରେ ପଡି ମାଲିକ ସହ ଶ୍ରମିକ ମୃତ୍ୟୁ ହୋଇଛି । ଶ୍ରମିକକୁ ଉଦ୍ଧାର କରିବାକୁ ଯାଇ ମାଲିକର ମୃତ୍ୟୁ ଘଟିଥିବା ସୂଚନା ରହିଛି । ମୃତକ ହେଲେ ଶଶୀଭୂଷଣ ସାହୁ ଓ ଭଜମନ ବେହେରା । ପରଜଙ୍ଗ ଅଗ୍ନିଶମ ବାହିନୀ ସାହାଯ୍ୟରେ ମୃତଦେହ ଉଦ୍ଧାର କରାଯାଇଛି । ମୃତଦେହ ଜବତ କରି ତଦନ୍ତ ଚଳାଇଛି ପୋଲିସ ।

ସେପଟେ ପୋଖରୀରେ ପଡ଼ି ୩ ବର୍ଷର ଶିଶୁ ପ୍ରାଣ ହରାଇଛି। ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ୍‌ ଭୂଇଁବୃତ୍ତି ଗାଁରେ ଏହି ଅଘଟଣ ଘଟିଛି । ପୋଖରୀରେ ପଡ଼ି ତପନ ସେଠୀଙ୍କ ୩ ବର୍ଷର ପୁଅ ସୌମ୍ୟରଞ୍ଜନ ସେଠୀଙ୍କ ମୃତ୍ୟୁ ହୋଇଛି । ଘର ନିକଟରେ ଶିଶୁଟି ଖେଳୁଥିବା ସମୟରେ ଅସାବଧାନତା କାରଣରୁ ପୋଖରୀରେ ପଡ଼ିଯାଇଥିଲା । ପରିବାର ଲୋକ ଶିଶୁଟିକୁ ପୋଖରୀରୁ ଉଦ୍ଧାର କରି ଚାନ୍ଦବାଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ହେଲେ ଡାକ୍ତର ତାକୁ ମୃତ ଘୋଷଣା କରିଛନ୍ତି ।