କରୋନା ଚିକିତ୍ସାରେ ସାମିଲ ହେଲା ମେଡିସିନ 2-DG, ଦରକାର ପଡ଼ିବନି ଅକ୍ସିଜେନ୍

1 min read

ଭୁବନେଶ୍ୱର: କରୋନା ଚିକିତ୍ସାରେ ସାମିଲ ହେଲା ମେଡିସିନ । ଆଉ ଅକ୍ସିଜେନ ଉପରେ ବେଶି ନିର୍ଭରଶୀଳ କରିବାକୁ ପଡିବନି । ଆସନ୍ତାକାଲି ଆସିବ ୧୦ହଜାର ଡୋଜ୍ । ଭାଇରସର ସାମ୍ନା କରିବାକୁ ଡିଆରଡିଓ ଆଣିଛି ମେଡିସିନ୍ 2-DG ବା D-ଗ୍ଲୁକୋଜ୍ । D-ଗ୍ଲୁକୋଜ୍‌ର ୧୦ହଜାର ଡୋଜ୍ ଆସନ୍ତାକାଲି ସୁଦ୍ଧା ଆସି ପହଞ୍ଚିବ । ଏହାସହ ମେଡିସିନର ଉତ୍ପାଦନ ଉପରେ ଗୁରୁତ୍ବ ଦିଆଯିବ । ଡିଆରଡିଓ ବୈଜ୍ଞାନିକଙ୍କ ଦ୍ବାରା ପ୍ରସ୍ତୁତ ଏହି ଔଷଧକୁ ଜରୁରିକାଳୀନ ବ୍ୟବହାର ପାଇଁ ଅନୁମତି ମିଳିସାରିଛି ।

ଏହା କରୋନା ଭାଇରସ ସହ ଲଢେଇରେ ସହାୟକ ହେବ ବୋଲି ଆଶା କରାଯାଉଛି । 2-DGର ଉତ୍ପାଦନ ଆରମ୍ଭ ହୋଇଗଲାଣି । ହାଇଦ୍ରାବାଦ ସ୍ଥିତ ଡକ୍ଚର ରେଡ୍ଡୀ ଲାବରେଟୋରୀରେ ଏହାକୁ ପ୍ରସ୍ତୁତ କରିଛି ଡିଆରଡିଓର ନ୍ୟୁକ୍ଲିଅର ମେଡିସିନ୍ ଓ ଆଲାଏଡ ସେଣ୍ଟର । ଏହି ମେଡିସିନ୍ ପାଉଚରେ ପାଉଡର ଆକାରରେ ଆସୁଛି । ପାଣିରେ ମିଶାଇ ପିଇବାକୁ ହେବ । ଭାଇରସ ଦ୍ବାରା ପ୍ରଭାବିତ ସେଲରେ ଏହା ପ୍ରଭାବ ପକାଇବ । 2-DG ମେଡିସିନ ସେବନ କଲେ କମ ସମୟରେ ସୁସ୍ଥ ହେବେ ବୋଲି ବୈଜ୍ଞାନିକ ମତ ଦେଇଛନ୍ତି । D-ଗ୍ଲୁକୋଜ୍ ବହୁତ ସହଜରେ ଉତ୍ପାଦନ କାରଯାଇପାରିବ ।

Leave a Reply