ବଜ୍ରପାତରେ ୨ ମହିଳା ମୃତ

1 min read

ନନ୍ଦିଘୋଷ ବ୍ୟୁରୋ: ବଜ୍ରପାତରେ ୨ ମହିଳା ମୃତ । ବରଗଡ଼ ଜିଲ୍ଲା ଅତାବିରା ଥାନା ଅଞ୍ଚଳରେ ବଜ୍ରପାତରେ ୨ ଜଣ ମହିଳାଙ୍କ ମୃତ୍ୟୁ ହୋଇଛି l ଗତ ପାଞ୍ଚ ଦିନ ହେଲା ଅତାବିରା ଅଞ୍ଚଳରେ ଅଦିନିଆ ବର୍ଷା ସାଙ୍ଗକୁ ଘଡଘଡି ଓ ବଜ୍ରପାତ ଲାଗି ରହିଛି l ଖଇରପାଲି ନିକଟସ୍ଥ ନଳିଆଁ ଝୁପୁଡି ଗାଁର ୪୮ ବର୍ଷୀୟା ଶାନ୍ତି ଛତ୍ରିଆ ଦୈନନ୍ଦିନ କାଠ ସଂଗ୍ରହ କରି ଘରକୁ ଫେରୁଥିବା ବେଳେ ବଜ୍ରପାତର ଶିକାର ହୋଇଥିଲେ l ସେହିପରି ଅତାବିରା ଥାନା ଟୋପ ଗ୍ରାମର ୩୬ ବର୍ଷୀୟା ଯଶୋଦା ମଲ୍ଲିକ କ୍ଷେତକୁ ଯାଉଥିବା ବେଳେ ବଜ୍ରପାତରେ ତାଙ୍କର ମୃତ୍ୟୁ ହୋଇଛି l ଉଭୟଙ୍କୁ ଅତାବିରା ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।