ବଜ୍ରାଘାତରେ ଚାଲିଗଲା ୨ ଜୀବନ, ଜଣେ ଗୁରୁତର

ନନ୍ଦିଘୋଷ ବ୍ୟୁରୋ: ଜମିରୁ କାମ କରିବାକୁ ଯାଇଥିବାବେଳେ ଚାଲିଗଲା ଜୀବନ । ବଜ୍ରାଘାତରେ ଦୁଇଜଣଙ୍କ ମୃତ୍ଯୁ ଓ ଜଣେ ଗୁରୁତର । ଏପରି ଅଘଟଣ ଘଟିଛି ସୋର ରାଇପିତାମ୍ବର ଗାଁରେ । ମୃତକ ହେଲେ ବସନ୍ତ ଦାସ ଓ ନରେନ୍ଦ୍ର ବିଶ୍ୱାଳ । ଗୁରୁତର ଅବସ୍ଥାରେ ସୁରେନ୍ଦ୍ର ସାହୁଙ୍କୁ ସୋର ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଆଜି ଅପରାହ୍ଣରେ ବିଲକୁ କାମ କରିବାକୁ ଯାଇଥିବାବେଳେ ହଠାତ୍ ବଜ୍ରପାତ ହୋଇଥିଲା । ଫଳରେ ବସନ୍ତ, ନରେନ୍ଦ୍ର ଓ ସୁରେନ୍ଦ୍ର ଜମିରେ ପଡ଼ିଯାଇଥିଲେ । ସମସ୍ତଙ୍କୁ ଉଦ୍ଧାର କରି ପରିବାର ଲୋକ ସୋର ଡାକ୍ତରଖାନାକୁ ନେଇଥିବାବେଳେ ସେଠାରେ ବସନ୍ତ ଓ ନରେନ୍ଦ୍ରଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର ।