ମିଠା ବିକ୍ରି ପାଇଁ ଯାଉଥିବା ସମୟରେ ହେଲା ଦୁର୍ଘଟଣା, ୨ ଜଣଙ୍କର ମୃତ୍ୟୁ ୨ ଗୁରୁତର

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ସଇଁନ୍ତଳା ଥାନା ୨୬ନଂ ଜାତୀୟ ରାଜପଥର ଲୁହୁରାପାଲି ଛକ ନିକଟରେ ସଡ଼କ ଦୁର୍ଘଟଣା। ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ସିସକେଲା ଗାଁର ମିଠା ବ୍ୟବସାୟୀ ସୁବଳ ସାହୁ, ବଡ଼ମୁଡ଼ିଆ ମାଝୀ ଓ ଦେବାଶିଷ ସାହୁ ଏକ ଡାଲାଅଟୋରେ ସିସକେଲାରୁ କୁଇକେଡା ବଜାରକୁ ମିଠା ବିକ୍ରି କରିବା ପାଇଁ ଯାଉଥିଲେ।

ଭୋର ପ୍ରାୟ ୫ଟା ସମୟରେ ଲୁହୁରାପାଲି ନିକଟରେ ବଲାଙ୍ଗୀର ପଟୁ କଳାହାଣ୍ଡି ଅଭିମୁଖେ ଯାଉଥିବା ଏକ ମାଲବୋଝେଇ ଟ୍ରକ ସହ ଅଟୋ ମୁହାଁମୁହିଁ ହୋଇଛି। ଘଟଣାସ୍ଥଳରେ ମିଠା ବ୍ୟବାସୀଙ୍କ ମଧ୍ୟରୁ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣକୁ ଓ ଟ୍ରକ ଡ୍ରାଇଭରକୁ ସଇଁନ୍ତଳା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ୨୬ ନମ୍ବର ଜାତୀୟରାଜପଥକୁ ଅବରୋଧ କରିଛନ୍ତି। ବଡମାଳ ଫାଣ୍ଡି ଓ ସଇଁନ୍ତଳା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛି।

Leave a Reply