ଷ୍ଟେସନରୁ ଘରକୁ ଫେରୁଥିବା ବେଳେ ବସ୍‌ ସହ ଧକ୍କା ହେଲା ବାଇକ୍‌, ୨ ଜଣଙ୍କର ମୃତ୍ୟୁ

କଳାହାଣ୍ଡି: ବସ୍ ଦୁର୍ଘଟଣାରେ ଅକାଳରେ ଚାଲିଗଲା ୨ ଜଣଙ୍କର ଜୀବନ। ସକାଳୁ ସକାଳୁ ଏଭଳି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କଳାହାଣ୍ଡିରୁ ଭୁବନେଶ୍ୱର ରାସ୍ତାରେ ଏଭଳି ଏକ ଘଟଣା ଘଟିଛି। ତେବେ କଳାହାଣ୍ଡି କେସିଙ୍ଗା ଥାନା ଚିଚରଲା ଗ୍ରାମ ନିକଟରେ ଭୁବନେଶ୍ୱର ଯାଉଥିବା ଦିଲଖୁସ ବସ୍‌ ଧକ୍କା ଦେବା ଫଳରେ ଦୁଇଜଣ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି।

ଦୁର୍ଘଟଣା ପରେ ଘଟଣା ସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା। ମୃତକ ଦୁଇଜଣ ହେଲେ ବେଲାମାଲ ଗାଁର ଯଶୋବନ୍ତ ନିଆଲ ଓ ଚୈତନ୍ୟ ଶିଖା। ସମ୍ପର୍କୀୟଙ୍କୁ ଟ୍ରେନରେ ଛାଡି ଘରକୁ ଫେରିବା ବେଳେ ବସ୍ ଧକ୍କା ଦେଇଥିଲା। କେସିଙ୍ଗା ପୋଲିସ ଗାଡି ଓ ଶବ ଜବତ କରି ତଦନ୍ତ କରୁଛି।

Leave a Reply