କୋଲାବରୁ ପୁଣି ୨ ମୃତଦେହ ଉଦ୍ଧାର, ଏବେବି ୨ ଜଣଙ୍କ ମିଳୁନି ପତ୍ତା

କୋରାପୁଟ: କୋଲାବ ଜଳଭଣ୍ଡାର ତନ୍ତୁଳିପଡ଼ା ଘାଟରେ ଡଙ୍ଗାବୁଡ଼ି ଘଟଣା । ଆଜି ଆଉ ୨ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି । ଗତକାଲି ଜଣଙ୍କର ମୃତଦେହ ଉଦ୍ଧାର ହୋଇଥିଲା । ଡଙ୍ଗାରେ ମୋଟ ୮ଜଣ ଥିବାବେଳେ ସମସ୍ତେ ଉମ୍ବେଲ ଗାଁରୁ ଯାତ୍ରା ଦେଖି ସେମିଳିଗୁଡ଼ା ବ୍ଲକ ମୁଖିବିଡ଼ଇ ଗାଁକୁ ଫେରୁଥିଲେ ।

ଦେଶୀ ଡଙ୍ଗାରେ ଯିବାବେଳେ ହଠାତ ଡଙ୍ଗାଟି ବୁଡ଼ିଯାଇଥିଲା । ୪ ଜଣ ପହଁରି ପହଁରି କୂଳକୁ ଆସିଥିବାବେଳେ ୪ ଜଣ ନିଖୋଜ ହୋଇଯାଇଥିଲେ । ଘଟଣାସ୍ଥଳରେ ନିଖୋଜଙ୍କୁ ଖୋଜାଖୋଜି କରୁଛି ଓଡ୍ରାଫ ଓ ଅଗ୍ନିଶମ ବାହିନୀ । ଗତକାଲି ବବିତା ହନ୍ତାଳଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ଆଜି ସାବିତ୍ରୀ କିର୍ସାନୀ ଓ ରମା କିର୍ସାନୀଙ୍କ ମୃତଦେହ ଉଦ୍ଧାର ହୋଇଛି । ଘଟଣାସ୍ଥଳରେ ତହସିଲଦାର, ଆରଆଇ ଓ ସରପଞ୍ଚ ଉପସ୍ଥିତ ଅଛନ୍ତି ।