ରାଜ୍ୟରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା, ୨ ଜଣଙ୍କର ମୃତ୍ୟୁ ୪ ଗୁରୁତର

Thunderstorm Rain Impact Heat Wave Odisha

ବାଙ୍କୀ: ରାଜ୍ୟରେ ବପାତ କାରଣରୁ ପ୍ରବଳ ବର୍ଷା ଲାଗି ରହିଛି । ବିଭିନ୍ନ ସ୍ଥାନରେ ଘଡ଼ ଘଡ଼ି ସହ ବର୍ଷା ସକାଳୁ ତୁହାକୁ ତୁହା ହେଉଛି । ତେବେ ଘଡ଼ଘଡ଼ିରେ ଆଜି ସକାଳୁ ୨ ଜଣଙ୍କର ମୃତ୍ୟୁ ହୋଇଛି । ବାଙ୍କୀ ଡମପଡା ବ୍ଲକ ଦୋଲଣାପୁର ଗାଁରେ ବଜ୍ରପାତରେ ୨ ଜଣଙ୍କ ମୃତ୍ୟୁ ହୋଇଛି । ଖାଲି ସେତିକି ନୁହେଁ ଘଡ଼ଘଡ଼ି କାରଣରୁ ୪ ଜଣ ଗୁରୁତର ଅବସ୍ଥାରେ ସ୍ଥାନୀୟ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ବିଲରେ କାମ କରୁଥିବା ସମୟରେ ବର୍ଷା ହେବାରୁ ଚାଷୀମାନେ ଏକ ଗଛ ମୂଳରେ ଆଶ୍ରୟ ନେଇଥିଲେ ।

ତେବେ ବଜ୍ରପାତ ଯୋଗୁଁ ସମସ୍ତେ ଗୁରୁତର ହୋଇଥିଲେ । ସେମାନଙ୍କୁ ସ୍ଥାନୀୟ ଲୋକେ ବାଙ୍କୀ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ୨ଜଣଙ୍କ ମୁତ୍ୟୁ ହୋଇଥିବା ବେଳେ ଅନ୍ୟ ୪ଜଣ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି । ସେମାନଙ୍କ ମଧ୍ୟରୁ ୨ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

Leave a Reply