ହାଇକୋର୍ଟ ବେଞ୍ଚ ସ୍ଥାପନ ଦାବିରେ ୨ ଦିନିଆ ବଲାଙ୍ଗୀର ବନ୍ଦ

1 min read

ବଲାଙ୍ଗୀର ଠାରେ ହାଇକୋର୍ଟ ବେଞ୍ଚର ପୁନଃସ୍ଥାପନ ଦାବିରେ ଆଜି ଠାରୁ ପୁଣି ହାଇକୋର୍ଟ ବେଞ୍ଚ କାର୍ଯ୍ୟନୁଷ୍ଠାନ କମିଟିର ଡ଼ାକରାରେ ଦୁଇ ଦିନିଆ ବଲାଙ୍ଗୀର ବନ୍ଦ ଡାକରା ଦିଆଯାଇଛି | ଗତ ମାସରେ ମଧ୍ୟ ଦୁଇ ଦିନିଆ ବନ୍ଦ ଡାକରା ଦିଆଯାଇଥିଲା | ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, କୋର୍ଟ କଚେରୀ, ବ୍ୟାଙ୍କ ଓ ସମସ୍ତ ବୀମା ଶିଳ୍ପକୁ ବନ୍ଦ ଡାକରା ଦିଆଯାଇଥିବା ବେଳେ ସ୍କୁଲ କଲେଜ ଯାନବାହାନ ଚଳାଚଳ ସ୍ୱାଭାବିକ ରହିଛି | ଜିଲ୍ଲା ଓକିଲ ସଂଘ ସଭାପତିଙ୍କ ନେତୃତ୍ୱରେ ପିକେଟିଂ ଚାଲିଥିବା ବେଳେ ସିଭିଲ କୋର୍ଟ ଓ ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ଆଗରେ ଓକିଲ ମାନେ ଧାରଣାରେ ବସିଛନ୍ତି | କୋର୍ଟକୁ ଆସିଥିବା ବିଚାରପତି ମାନକୁ ଆନ୍ଦୋଳନକାରୀ ଓକିଲ ମାନେ ଫେରାଇ ଦେଇଥି୍ବା ଦେଖିବାକୁ ମିଳିଛି । ')}

Leave a Reply