ଡିକିରେ ଚାମ୍ବର କରି ନେଇ ଯାଉଥିଲେ ଟଙ୍କା ବଣ୍ଡଲ

ମହାସମୁନ୍ଦ: କାର୍‌ ଭିତରୁ ମିଳିଲା ୧କୋଟି ୧୩ ଲକ୍ଷ ଟଙ୍କା । ଡ଼ିକିରେ ଚାମ୍ବର କରି ବଣ୍ଡଲ ବଣ୍ଡଲ ଟଙ୍କା ନେଇ ଯାଉଥିବା ବେଳେ ଧରିଲା ପେଲିସ । ଏହି ଟଙ୍କା ଚାଲାଣ ବେଳେ ପୋଲିସ ଧରିବା ସହ ଟଙ୍କା ସହ ଦୁଇ ଜଣଙ୍କୁ ଗିରଫ କରିଛି ପୋଲିସ ।

ବରଗଡ଼ରୁ ରାୟପୁର ଯାଉଥିବା ବେଳେ ଛତିଶଗଡ଼ ପୋଲିସ ଏହି କାର ଜବତ କରିଛି । ଟଙ୍କା ଚାଲାଣ  ଅଭିଯୋଗରେ ୨ଜଣଙ୍କୁ ଗିରଫ କରାଯାଇଛି । ଗିରଫ ଯୁବକ ହେଲେ ସୁନା ଓ ରୂପା ବ୍ୟବସାୟୀ ପ୍ରତୀକ ଛାବରିଆ ଓ ତାର ଡ୍ରାଇଭର ସୁରୋନ୍ଦ୍ର ସୋନା । ଡିକିରେ ଚାମ୍ବର କରି ହଜାରେ, ୫ଶହ ଓ ୨ହଜାର ଟଙ୍କିଆ ନୋଟ୍‌ ବଣ୍ଡଲ ଭର୍ତ୍ତି କରାଯାଇଥିଲା ।

ଛତିଶଗଡ଼ ମହାସମୁନ୍ଦ ଜିଲ୍ଲାରେ ପୋଲିସ ଗାଡ଼ି ଯାଞ୍ଚ ବେଳେ କୋଟିଏ ୧୨ଲକ୍ଷ ୯୯ହଜାର ଟଙ୍କା ଜବତ ହୋଇଛି । ଏନେଇ ସାମ୍ବାଦିକ ସମ୍ମିଳନୀ କରି ମହାସମୁନ୍ଦ ଏସପି ପ୍ରଫୁଲ୍ଲ ଠାକୁର ସୂଚନା ଦେଇଛନ୍ତି।

Leave a Reply