ରାଜଧାନୀର ପଟିଆ ଅଞ୍ଚଳରୁ ୨ ଜଣ କରୋନା ପଜିଟିଭ ଚିହ୍ନଟ
1 min readଭୁବନେଶ୍ୱର: ଭୁବନେଶ୍ୱରରେ କାୟା ମେଲାଉଛି କରୋନା ଭାଇରସ । ୭ ତାରିଖ ଦିନ ଭୁବନେଶ୍ୱରର ପଟିଆ ଅଞ୍ଚଳରୁ ୨ ଜଣ କରୋନା ପଜିଟିଭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗୋଟିଏ ପରିବାରରୁ ୨ ଜଣ ବୋଲି ସୂଚନା ମିଳିଛି । ଦୁହେଁ ଦିଲ୍ଲୀରୁ ଫେରି ହୋମ୍ କ୍ୱାରେଣ୍ଟାଇନରେ ରହିଥିଲେ । ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ୪୦ ବର୍ଷୀୟ ପୁରୁଷ ହୋଇଥିବା ବେଳେ ଆଉ ଜଣେ ୮ ବର୍ଷର ଶିଶୁ କନ୍ୟା ବୋଲି ବିଏମସି ସୂଚନା ଦେଇଛି ।
Update on newly detected #COVIDー19 cases in the last 24 hrs under Bhubaneswar Municipal Corporation on 7th Jun 2020(till 9am).
Further contact tracing is still continuing.
Primary contacts & nearby houses are being quarantined, sanitised & will be under active surveillance. pic.twitter.com/zHFCjxEqKT— BMC (@bmcbbsr) June 7, 2020
ସେମାନେ କିଛି ଦିନ ତଳେ ଦିଲ୍ଲୀରୁ ଫେରିଥିଲେ । ବର୍ତ୍ତମାନ ତାଙ୍କ କଣ୍ଟାକ୍ଟ ଟ୍ରେସିଂ ଚାଲିଥିବାବେଳେ ପାଖାପାଖି ଅଞ୍ଚଳକୁ ସାନିଟାଇଜ କରାଯାଉଛି ।
ଗତ ୨୪ ଘଣ୍ଟା ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ୧୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ସେଥିମଧ୍ୟରୁ ରାଜଧାନୀରୁ ଏହି ୨ ଜଣ ବୋଲି ସୂଚନା ରହିଛି । ବର୍ତ୍ତମାନ ସୁଦ୍ଧା ରାଜଧାନୀରୁ ସମୁଦାୟ ୮୮ଟି କେସ୍ ଚିହ୍ନଟ ହୋଇଥିବା ବେଳେ ୫୧ ଜଣ ସୁସ୍ଥ ହୋଇଛନ୍ତି । ୩ ଜଣଙ୍କ ଜୀବନ କରୋନା ନେଇଥିବା ବେଳେ ଏଯାବତ ୩୪ ଟି ଆକ୍ଟଭ କେସ ରହିଛି ।