ଅଜାଙ୍କ ଦଶାହ କର୍ମ ବେଳେ ୨ ନାତିଙ୍କ ମୃତ୍ୟୁ, ଶୋକରେ ବୁଡ଼ିଲା ଗାଁ

ବାଲେଶ୍ବର: ଅଜାଙ୍କ ଦଶାହ କର୍ମ ବେଳେ ଚାଲିଗଲା ଜୀବନ । ଦୁଇ ନାତିଙ୍କର ସଲିଳ ସମାଧି । ବାଲେଶ୍ବର ଜିଲ୍ଲା ସୋର ଥାନା ୱାଦା ଶାସନରେ ଘଟିଛି ଏହି ଦୁଃଖଦ ଘଟଣା । ଗାଁର ବିଷ୍ଣୁ ପାଢ଼ୀଙ୍କର ଆଜି ଦଶାହ ଥିଲା । ଦୁଇ ନାତି ଟୁଲୁଆ ପାଢ଼ୀ ଓ ଚନ୍ଦନ କର ଲଣ୍ଡା ହୋଇ ବାଗୁଡ଼ି ପଥରକଟା ଟୁବ୍‌କୁ ଗାଧୋଇବାକୁ ଯାଇଥିଲେ । ହେଲେ ଗୋଡ଼ ଖସିଯାଇଥିଲା । ଚନ୍ଦନକୁ ବାଗୁଡ଼ି ଡାକ୍ତରଖାନା ଓ ଟୁଲୁଆକୁ ସୋର ଡାକ୍ତରଖାନାକୁ ନିଆଯାଇଥିବା ବେଳେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଛନ୍ତି ।