ପାଇଖାନା ଟାଙ୍କିରେ ପଡ଼ି ଦୁଇ ଶିଶୁକନ୍ୟା ମୃତ

ବଡ଼ଗଡ଼: ପାଇଖାନା ଟାଙ୍କିରେ ପଡ଼ି ଦୁଇ ଶିଶୁକନ୍ୟା ମୃତ। ଗଞ୍ଜାମ ବଡ଼ଗଡ଼ ଥାନା ତାକରଡ଼ା ଗାଁରେ ଘଟିଛି ଅଘଟଣ। ମୃତକ ସିଦ୍ଧପୁର ଗାଁର ବସୁମତୀ ସେଠୀ ଓ କାଳିଆଗୁଡ଼ା ଗାଁର ଦିବ୍ୟା ସେଠୀ । ଉଭୟଙ୍କର ବୟସ ୫ବର୍ଷ ହୋଇଥିବା ଜଣାପଡିଛି।

ସୂଚନା ଅନୁଯାୟୀ ମାମୁ ଘର ତାକରଡ଼ାକୁ ଆସିଥିବାବେଳେ ଘଟିଛି ଅଘଟଣ । ଉଭୟ ସାଙ୍ଗହୋଇ ଏକ ପୁରୁଣା ପାଇଖାନା ଟାଙ୍କି ଉପରେ ଖେଳୁଥିବାବେଳେ ଟାଙ୍କିଟି ଭୁଶୁଡ଼ି ପଡ଼ିଥିଲା । ଉଭୟଙ୍କୁ ଉଦ୍ଧାର କରି ଗୁରୁତର ଅବସ୍ଥାରେ ସୋରଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ ପରିବାର ଲୋକ । ସେଠାରେ ଡାକ୍ତର ଦୁଇ ଶିଶୁକନ୍ୟାଙ୍କୁ ମୃତ ଘୋଷଣା କରିଥିଲେ।