ଖେଳୁଥିବା ବେଳେ ପୋଖରୀରେ ବୁଡ଼ି ଦୁଇ ଭାଇଙ୍କ ସଲିଳ ସମାଧି

ଲମତାପୁଟ: ପୋଖରୀରେ ବୁଡି ଦୁଇ ଭାଇଙ୍କ ସଲିଳ ସମାଧି । ଲମତାପୁଟ ବ୍ଲକ କଞ୍ଚଣା ଗାଁ ନିକଟ ପୋଖରୀରେ ଘଟିଛି ଅଘଟଣ । ମୃତକ ହେଲେ ଅର୍ଜୁନ କ୍ରିସାନି ଏବଂ ଲବ କ୍ରିସାନିଙ୍କ ୭ ବର୍ଷର ପୁଅ ଅମିତ ଏବଂ ୮ ବର୍ଷର ପୁଅ ପପୀନ୍ଦ୍ର । ଅର୍ଜୁୱ ଏବଂ ଲବ ବିଲରେ କାମ କରୁଥିବା ବେଳେ ଦୁଇ ଭାଇ ପାଖରେ ଖେଳୁଥିଲେ । ଦୁଇ ଭାଇ ଖେଳୁ ଖେଳୁ ନିକଟରେ ଥିବା ପୋଖରୀକୁ ଚାଲିଯାଇଥିଲେ । କିଛି ସମୟ ପରେ ଉଭୟଙ୍କୁ ବହୁ ଖୋଜା ଖୋଜି କରାଯାଇଥିଲେ ମଧ୍ୟ ସେମାନେ ମିଳିନଥିଲେ । ସ୍ଥାନୀୟ ଲୋକ ମାନେ ପୋଖରୀରେ ଦୁଇ ଭାଇ ଭାସୁଥିବା ଦେଖି ଖବର ଦେବା ପରେ ଉଭୟଙ୍କ ମୃତଦେହ ପାଣିରୁ ଉଦ୍ଧାର କରାଯାଇଥିଲା । ଦୁଇ ଜଣଙ୍କ ମୃତ୍ୟୁରେ ଗାଁରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି ।