ପୋଖରୀକୁ ଗାଧେଇବାକୁ ଯାଇ ଦୁଇ ନାବାଳକ ଭାଇ ମୃତ

ନୟାଗଡ଼: ସଦର ଥାନା ଖୁଣ୍ଟୁବନ୍ଧ ପଂଚାୟତର ସଠିଆପଲ୍ଲୀ ଗାଁରେ ଅଘଟଣ । ପୋଖରୀକୁ ଗାଧେଇବାକୁ ଯାଇ ଦୁଇ ନାବାଳକ ଭାଇଙ୍କ ମୃତ୍ୟୁ ହୋଇଛି। ମୃତକ ନାବାଳକ ଦୁଇ ଜଣ ହେଲେ ଚନ୍ଦ୍ର ଶେଖର ସ୍ୱାଇଁ ଓ ରୁଦ୍ର ମାଧମ ସ୍ୱାଇଁ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ୨ ନାବାଳକ ଗାଧୋଇବାକୁ ଯାଇଥିବା ବେଳେ ଗୋଡ଼ ଖସି ବୁଡ଼ିଯାଇଥିଲେ। ଗ୍ରାମବାସୀ ଖବର ପାଇ ଦୁଇ ଜଣଙ୍କୁ ଉଦ୍ଧାର କରି ନୟାଗଡ଼ ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।