ପୂର୍ବ ଶତ୍ରୁତାରୁ ରକ୍ତରଞ୍ଜିତ ହେଲା ବୁର୍ଲା, ସେଣ୍ଟ୍ରାଲ ଲାଇନ୍‌ ଅଞ୍ଚଳରେ ସଂଘବଦ୍ଧ ଆକ୍ରମଣରେ ୨ଭାଇଙ୍କ ମୃତ୍ୟୁ

ଭୁବନେଶ୍ୱର: ପୂର୍ବ ଶତ୍ରୁତାକୁ ନେଇ ରକ୍ତରଞ୍ଜିତ ହେଲା ବୁର୍ଲା । ସଂଘବଦ୍ଧ ଆକ୍ରମଣରେ ୨ଭାଇଙ୍କ ମୃତ୍ୟୁ ହୋଇଛି । ବୁର୍ଲା ସେଣ୍ଟ୍ରାଲ ଲାଇନ୍‌ ଅଞ୍ଚଳରେ ପୀତବାସ ବିଶୋଇଙ୍କ ପରିବାର ଉପରେ ମରଣାନ୍ତକ ଆକ୍ରମଣ ହୋଇଥିଲା । ଗତକାଲି ବିଳମ୍ବିତ ରାତିରେ ପ୍ରାୟ ୩୦ ଯୁବକ ପୂର୍ବ ଶତ୍ରୁତାକୁ ନେଇ ଧାରୁଆ ଅସ୍ତ୍ରରେ ସଂଘବଦ୍ଧ ଆକ୍ରମଣ କରିଥିଲେ । ସ୍ଥାନୀୟ ଲୋକଙ୍କଠାରୁ ଏସଂପର୍କରେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସମସ୍ତଙ୍କୁ ଗୁରୁତର ଅବସ୍ଥାରେ ବୁର୍ଲା ମେଡିକାଲରେ ଭର୍ତ୍ତି କରିଥିଲା ।

ତେବେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ପୀତବାସଙ୍କ ବଡ଼ପୁଅ ବୁଲୁଙ୍କ ମୃତ୍ୟୁ ହୋଇଥିଲା । ଆଜି ସାନପୁଅ ମୁନା ପ୍ରାଣ ହରାଇଛନ୍ତି । ପୀତବାସଙ୍କ ଅବସ୍ଥା ସଂକଟାପନ୍ନ ରହିଛି । ତାଙ୍କ ପତ୍ନୀ ସଂଗୀତା ଓ ଶାଳକ ନରେନ୍ଦ୍ର ଗୁରୁତର ଅଛନ୍ତି । ମେଡିକାଲରେ ବୁର୍ଲା ଏସଡିପିଓ ପହଞ୍ଚି ଗୁରୁତରଙ୍କୁ ଭେଟିବା ସହ ତଦନ୍ତ କରିଛନ୍ତି । ଏପର୍ଯ୍ୟନ୍ତ ଘଟଣାରେ କାହାକୁ ଗିରଫ କରାଯାଇନି ।

Leave a Reply