ବାଇକ ଉପରେ ମାଡ଼ିଗଲା ହାଇଓ୍ବା, ୨ ବାଇକ୍ ଆରୋହୀ ମୃତ

ପାରାଦୀପ: ପାରାଦୀପ କୁଜଙ୍ଗ ୧୫ ନମ୍ବର ଜାତୀୟ ରାଜପଥରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବାଇକ ଉପରେ ମାଡ଼ିଗଲା ହାଇଓ୍ବା। ଦୁର୍ଘଟଣାରେ ୨ ଜଣ ବାଇକ ଆରୋହୀଙ୍କର ମୃତ୍ୟୁ ହୋଇଛି । ଉଭୟ ପାରାଦ୍ଵୀପରୁ କୁଜଙ୍ଗ ଆଡ଼କୁ ଯାଉଥିବା ବେଳେ କୁଜଙ୍ଗ ପଟରୁ ଆସୁଥିବା ଏକ ହାଇଓ୍ବା ଗାଡ଼ି ଉଭୟଙ୍କ ଉପରେ ମାଡିଯାଇଥିଲା। ଘଟଣାସ୍ଥଳରେ ହିଁ ଉଭୟଙ୍କ ମୃତ୍ୟୁ ଘଟିଥିଲା। ମୃତକଙ୍କ ମଧ୍ୟରୁ ଜଣଙ୍କ ଘର ରଘୁନାଥପୁର ଓ ଅନ୍ୟ ଜଣଙ୍କ ଘର କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ଥାନା ଛନ୍ଦା ଅଞ୍ଚଳରେ ବୋଲି ସୂଚନା ମିଳିଛି । ଘଟଣାସ୍ଥଳରେ ତଦନ୍ତ କରୁଛି ପୋଲିସ ।