ନମ୍ବର ପ୍ଲେଟ୍ ବଦଳାଇ ଗଞ୍ଜେଇ ଚାଲାଣ, ଧରାପଡିଲେ ୨ ବେପାରୀ

ବ୍ରହ୍ମପୁର: ଫିଲ୍ମି ଷ୍ଟାଇଲରେ ଗଞ୍ଜେଇ ବେପାର କରୁଥିଲେ । ଅବକାରୀ ଗୁଇନ୍ଦା ବିଭାଗକୁ ଚକମା ଦେବାକୁ ମାଷ୍ଟରପ୍ଲାନ୍ କରିଥିଲେ। ନମ୍ବର ପ୍ଲେଟ୍ ବଦଳାଇ ଗଞ୍ଜେଇ ଚାଲାଣ ବେଳେ ୨ ବେପାରୀଙ୍କୁ ଧରିଛି ଗୁଇନ୍ଦା ବିଭାଗ।
ସୂଚନା ଅନୁଯାୟୀ, ସିକ୍ରେଟ ଚାମ୍ବରରେ ଗଞ୍ଜେଇ ଚାଲାଣ କରୁଥିଲେ ଦୁଇ ରାଜସ୍ଥାନୀ ଯୁବକ । ସେମାନଙ୍କ ଠାରୁ ୫୦୦ କିଲୋର ଗଞ୍ଜେଇ ଜବତ କରାଯାଇଛି। ତେବେ ଏ ଦୁହେଁ ଗଞ୍ଜେଇ ଧରି ପାଟପୁର ଥାନା କୃଷ୍ଣପୁର ଅଞ୍ଚଳରୁ ଗଞ୍ଜେଇ ନେଇ ଯାଉଥିଲେ।
ତେବେ ସେମାନେ ଆଳୁ ଟ୍ରକରେ ଗଞ୍ଜେଇ ଚାଲାଣ କରୁଥିବା ନେଇ ଜଣାପଡିଛି ।