କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ଘଟଣାରେ ୨ ଅଭିଯୁକ୍ତ ଗିରଫ

1 min read

ଭୁବନେଶ୍ୱର: କ୍ୟାମେରାମ୍ୟାନ୍ ମାନସ ସ୍ବାଇଁ ହତ୍ୟା ମାମଲାରେ ତନାଘନା । ୨ ଅଭିଯୁକ୍ତଙ୍କୁ ଚାନ୍ଦବାଲି ପୋଲିସ ଗିରଫ କରିଥିବା ସୂଚନା ମିଳିଛି । ଏନେଇ ଅପରାହ୍ନ ୩ଟାରେ ପ୍ରେସମିଟରେ ସବିଶେଷ ସୂଚନା ଦେବ ଭଦ୍ରକ ପୋଲିସ । ହତ୍ୟାକାଣ୍ଡ ଘଟଣାରେ ରାଜ୍ କମ୍ୟୁନିକେସନ ମାଲିକ ସମେତ ୨ ଜଣ ଗିରଫ ହୋଇଛନ୍ତି । ଫେବ୍ରୁଆରୀ ୭ ତାରିଖରେ ମାନସକୁ ଚାନ୍ଦବାଲିରୁ ଅପହରଣ କରାଯାଇଥିଲା । ମାର୍ଚ୍ଚ ୮ରେ ଅପହରଣରେ ବ୍ୟବହୃତ ଗାଡିକୁ ଜବତ କରାଯାଇଥିଲା । ଡ୍ରାଇଭର ଓ ୨ ଜଣଙ୍କୁ ଗିରଫ କରିଥିଲା ପୋଲିସ ।

Police Found Cameraman Manas Swain Mobile

ଘଟଣାରେ ଅଭିଯୁକ୍ତଙ୍କୁ ଧରିବାକୁ ହୋଇଥିଲା ବ୍ଲୁପ୍ରିଣ୍ଟ । ଫେବ୍ରୁଆରୀ ୭ରେ ବାହାଘର ସୁଟିଂ ପାଇଁ ଚାନ୍ଦବାଲି ଯାଇଥିଲେ ମାନସ । ହତ୍ୟାକାରୀ ପ୍ରସ୍ତୁତ କରି ସାରିଥିଲେ ଫୁଲପ୍ରୁଫ୍ ପ୍ଲାନ୍ । ସୁଟିଂ ସାରି ଫେରିବା ବାଟରେ ମାନସଙ୍କୁ କିଡନାପ୍ କରିଥିଲେ ଅଭିଯୁକ୍ତ । ପୋଲିସକୁ ଚକ୍‌ମା ଦେବା ପାଇଁ ଭୁବନେଶ୍ବରରେ ମର୍ଡର ପରେ ନୟାଗଡ଼ ରାଜସୁନାଖଳା ବଧିପାଟଣା ପାହାଡ଼ ତଳେ ମାନସଙ୍କ ମୃତଦେହ ପୋତିଥିଲେ । ସେପଟେ ବହୁ ଖୋଜାଖୋଜି ପରେ ମାନସଙ୍କୁ ନପାଇ ପରିବାର ଲୋକେ ପ୍ରଥମେ ରଣପୁର, ଭୁବନେଶ୍ବର ଏବଂ ପରେ ଚାନ୍ଦବାଲି ଥାନାରେ ଗତ ମାସ ୧୪ତାରିଖରେ ଅଭିଯୋଗ କରିଥିଲେ ।

https://nandighoshatv.compolice-found-cameraman-manas-swain-mobile/

ତଦନ୍ତ ବେଳେ ପୋଲିସ ସ୍କାନରକୁ ଆସିଥିଲା ବୋଲେରୋ ଡ୍ରାଇଭର ଭାଗ୍ୟଧର ନାୟକ । ହେପାଜତକୁ ନେଇ ପଚରାଉଚରା ପରେ ସତ ଉଗାରିଥିଲା ଭାଗ୍ୟଧର । ଶବ ପୋତାଯାଇଥିବା ସ୍ଥାନକୁ ନେଇଥିଲା । ଗତ ୧୨ ତାରିଖରେ ମାଟି ତଳୁ ମାନସଙ୍କ ମୃତଦେହ ଉଦ୍ଧାର କରିଥିଲା ପୋଲିସ । ଘଟଣାରେ ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ ।