୨.୪୧ କୋଟିର ଗହଣା ଚୋରି କଲା ‘ନର୍ସ’

ଦିଲ୍ଲୀ : ମିଷ୍ଟର ଇଣ୍ଡିଆ ଅନିଲ କପୁରଙ୍କ ଝିଅ ଅଭିନେତ୍ରୀ ସୋନମ କପୁରଙ୍କ ଘରେ ଚୋରି । ୨.୪୧ କୋଟିର ଗହଣା ଚୋରି ହେବାର ଅଭିଯୋଗ କରିଛନ୍ତି ସୋନମଙ୍କ ପରିବାର । ଘରେ ନିୟୋଜିତ ଥିବା ନର୍ସ ଏହି ଚୋରି କରିଥିବା ପ୍ରମାଣ କରିଛି ଦିଲ୍ଲୀ ପୋଲିସ । ଅଭିଯୁକ୍ତକୁ ଗିରଫ କରିବା ପାଇଁ ପୋଲିସ ଚେଷ୍ଟା ଚଳାଇଛି ।

ନୂଆ ଦିଲ୍ଲୀର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନାନୁସାରେ ଅମ୍ରିତା ସେରଗଲ ମାର୍ଗରେ ସୋନମଙ୍କ ଶାଶୁଘର । ଏଠାରେ ୮୬ ବର୍ଷୀୟ ତାଙ୍କ ଶାଶୁଙ୍କ ମା’ ସରଳା ଆହୁଜା, ପୁଅ ହରିଷ ଆହୁଜା ଏବଂ ବୋହୂ ପ୍ରିୟା ଆହୁଜାଙ୍କ ସହ ବାସ କରନ୍ତି । ଏଥିସହ ଘରେ ୨୫ ଜଣ ଘରୋଇ ସହଯୋଗୀ, ୯ ଜଣ କେୟାର ଟେକର ଓ ଗାଡ଼ି ଡ୍ରାଇଭର ସମେତ ମାଳି ଏବଂ ଅନ୍ୟ କର୍ମଚାରୀ ମଧ୍ୟ ନିୟୋଜିତ ଥିଲେ । ଏଥିସହ ସରଳାଙ୍କ ଯତ୍ନ ନେବା ପାଇଁ ଜଣେ ନର୍ସଙ୍କୁ ମଧ୍ୟ ନିୟୋଜିତ କରାଯାଇଥିଲା । କ୍ରାଇମବ୍ରାଞ୍ଚ ବ୍ୟତୀତ ଏଫଏସଏଲ ଟିମ୍ ମଧ୍ୟ ମାମଲାର ଯାଞ୍ଚ କରୁଥିଲା । ଏହି ମାମଲା ଏପ୍ରିଲ ମାସ ଗଣମାଧ୍ୟମରେ ପ୍ରସାର ହେଲା ।

ପୋଲିସର ସୂଚନାନୁସାରେ ଏହି ଚୋରି ଫେବୃଆରୀ ୧୧ରେ ହୋଇଥିବା ବେଳେ ସୋନମଙ୍କ ପରିବାର ଲୋକ ଫେବୃଆରୀ ୨୩ରେ ଥାନାରେ ଅଭିଯୋଗ କରିଥିଲେ । ମ୍ୟାନଜର ରିତେଶ ଗୌରାଙ୍କ ସହ ସରଳା ଆହୁଜା ଏନେଇ ଥାନାରେ ଅଭିଯୋଗ କରିଥିଲେ । ଦୁଇ ବର୍ଷ ପୂର୍ବେ ଏହି ଆଲମିରା ଦେଖିବା ସମୟରେ ସମସ୍ତ ଗହଣା ସେହିଠାରେ ଥିବା ସେ କହିଛନ୍ତି । ସରଳାଙ୍କ ଘରେ କାମ କରୁଥିବା ସମସ୍ତ କର୍ମଚାରୀଙ୍କୁ ପୋଲିସ ପଚରାଉଚରା କରିବା ପରେ ଶେଷରେ ଅଭିଯୁକ୍ତକୁ ଧରିବାରେ ସଫଳ ହୋଇଥିଲା । ସୋନମଙ୍କ ଶାଶୁ ମା’ଙ୍କ ସ୍ୱାସ୍ଥ୍ୟର ଯତ୍ନ ନେବା ପାଇଁ ନିୟୋଜିତ ହୋଇଥିବା ନର୍ସ ଏହି ଚୋରି କରିଥିବା ସୂଚନା ମିଳିଛି । ଅଭିଯୁକ୍ତ ଜଣକ ଅପର୍ଣ୍ଣା ରୁଥ ୱିଲସନ୍ ବୋଲି ଜଣାପଡ଼ିଛି ।  ଅପର୍ଣ୍ଣାଙ୍କ ସ୍ୱାମୀ ନରେଶ କୁମାର ଏକ ସାଗର ଜଣେ ସକରପୁର ସ୍ଥିତ ଏକ କାର୍ଯ୍ୟଳୟରେ ଆକାଉଣ୍ଟାଣ୍ଟ । ସେ ଓ ତାଙ୍କ ପତୀ ଉଭୟ ଏହି ଚୋରି କରଥିବା ଜଣାପଡ଼ିଛି । ବର୍ତ୍ତମାନ ଉଭୟେ ଫେରାର ଥିବାବେଳେ ଉଭୟଙ୍କୁ ଖୁବ୍ ଶୀଘ୍ର ଗିରଫ କରିବ ବୋଲି ଦିଲ୍ଲୀ ପୋଲିସ ଦାବି କରିଛି ।