ଭୋକ ବିକଳରେ ଅଇଁଠା ଖଲି ଖାଉଛି ଅଢ଼େଇ ବର୍ଷର ଶିଶୁ

2.5 Years Child Taking Food From Dustbin Plate In Bonai

ବଣାଇ: ଅଇଁଠା ଖଲିରୁ ଖାଦ୍ୟ ସଂଗ୍ରହ କରି ଖାଉଛି ଅଢ଼େଇ ବର୍ଷର ଶିଶୁ । ସୁନ୍ଦରଗଡ଼ ଜିଲ୍ଲାର ବଣାଇ ଉପଖଣ୍ଡ କୋଇଡ଼ା ବ୍ଳକ ଅଞ୍ଚଳର ଏହି ଦୃଶ୍ୟ ଏବେ ଭାଇରାଲ୍ ହେଉଛି । ଭିଡିଓଟି କୋଇଲା ବ୍ଲକ ମାଲଦା ପଞ୍ଚାୟତ ଗଣୁଆ ଗାଁ ସୁନାପଶି ଡାଡୁଗୋଠ ସାହିର ବୋଲି ଜଣାପଡ଼ିଛି ।

 2.5 Years Child Taking Food From Dustbin Plate In Bonai

ତାଡୁଗୋଠପଡ଼ାରେ ରୁହନ୍ତି ରାବଣ ମୁଣ୍ଡା । ତାଙ୍କର ତିନି ଛୁଆ ରାଜନ ମୁଣ୍ଡାକୁ ୭ ବର୍ଷ ହୋଇଥିବା ବେଳେ ମାଳତୀ ବର୍ଷର ଓ ମନୋରଞ୍ଜନ ଅଢ଼େଇ ବର୍ଷର । ଆର୍ଥିକ ଅନଟନ ଯୋଗୁଁ ଓଳିଏ ଖାଇଲେ ଓଲିଏ ଖାଇବାକୁ ପାଉନାହିଁ ପରିବାର । କିଛି ମାସ ତଳେ ରାବଣଙ୍କ ସ୍ତ୍ରୀ ଆରପାରିକୁ ଚାଲି ଯାଇଥିବା ବେଳେ ଏବେ ବାପା କାନ୍ଧରେ ୩ ଛୁଆଙ୍କ ବୋଝ । ଅନ୍ୟପଟେ ଦିନ ମଜୁରୀ ନ ଖଟିଲେ ପରିବାର ଚଳିବା ଅସମ୍ଭବ ।

 2.5 Years Child Taking Food From Dustbin Plate In Bonai

କିଛିଦିନ ତଳେ ସେହି ଗାଁରେ ଏକ ବାହାଘର ଭୋଜି ହୋଇଥିଲା । ଭୋଜି ପରେ ପଡ଼ିଥିବା ଅଇଁଠା ଖଲିକୁ ଭୋକ ସହିନପାର ଖାଇବାରେ ଲାଗିଥିଲା ସାନ ପୁଅ । ଉକ୍ତ ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି । କୋଇଡ଼ା ବିଡିଓ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ମାଲଦା ପଞ୍ଚାୟତର କନିଷ୍ଠ ଯନ୍ତ୍ରୀ ଓ ପଞ୍ଚାୟତ ନିର୍ବାହୀ ଅଧିକାରୀ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ଶିଶୁ କେଉଁ ପରିସ୍ଥିତିରେ ଅଇଁଠା ପତ୍ର ଚାଟିଲା ? ଶିଶୁର ଲାଲନ ପାଳନ ପାଇଁ କ’ଣ ବ୍ୟବସ୍ଥା ରହିଛି ? ଶିଶୁର ପରିବାରକୁ କେଉଁ ସରକାରୀ ସହାୟତା ମିଳିଛି ସେନେଇ ତଦନ୍ତ ଚାଲିଛି । ତଦନ୍ତ ପରେ ସରକାରୀ ସହାୟତା ଯୋଗାଇ ଦିଆଯିବା ସହ ଶିଶୁର ଭବିଷ୍ୟତ ସୁରଷିତ ପାଇଁ ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି କୋଇଡା ବିଡିଓ ।

Leave a Reply