ବାଇକ୍‌ରେ ଟଙ୍କା ନେଲାବେଳେ ସାବଧାନ ରୁହନ୍ତୁ, ନହେଲେ ଆପଣଙ୍କ ସହ ବି ଏମିତି ଘଟିପାରେ

ଉମରକୋଟ: ବ୍ୟବସାୟୀଙ୍କ ବାଇକରୁ ଅଢେଇ ଲକ୍ଷ ଲୁଟ ଅଭିଯୋଗ । ଘଟଣା ଘଟିଛି  ନବରଙ୍ଗପୁର ଜିଲ୍ଲା ଉମରକୋଟ ସହରରେ  । ଦିନ ଦ୍ୱିପହରେ ଜଣେ ବ୍ୟବସାୟୀଙ୍କ ବାଇକରୁ ଅଢେଇ ଲକ୍ଷ ଟଙ୍କା ଚୋରି ହେଇଥିବା ଅଭିଯୋଗ ହେଇଛି । ବ୍ୟବସାୟୀ ଜଣଙ୍କ ପରିବାର ଲୋକଙ୍କୁ ଜଣେଇବା ପରେ ସାମ୍ନାକୁ ଆସିଲା ଲୁଟ ଘଟଣା ।

ତେଜରାତି ଦୋକାନ ଦେଇ ଜୀବିକା ନିର୍ବାହ କରନ୍ତି ସଞ୍ଜୟ ତ୍ରିପାଠୀ । ଗଲା ସୋମବାର ବ୍ୟବସାୟୀ ସଞ୍ଜୟ ତ୍ରିପାଠୀ ସଉଦା କରିବାକୁ ଉମରକୋଟ ପୁରୁଣା ବସଷ୍ଟାଣ୍ଡରେ ଥିଲେ । ଆନ୍ଧ୍ରା ବ୍ୟାଙ୍କରୁ ଟଙ୍କା ଉଠାଇ ବାଇକ ହ୍ୟାଣ୍ଡେଲରେ ବ୍ୟାଗ ଟାଙ୍ଗି ଆଉ କିଛି ସଉଦା କିଣାକିଣି ପାଇଁ ଯାଇଥିଲେ । ମାତ୍ର ୨ ମିନିଟରେ ଟଙ୍କା ବ୍ୟାଗ୍ ଓ ହେଲମେଟ ନେଇ ଚମ୍ପଟ ମାରିଛି ଚୋର ।

ଏହି ଲୁଟର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ଏନେଇ ସଞ୍ଜୟ ଉମରକୋଟ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଉମରକୋଟ ପୋଲିସ ତୁରନ୍ତ ତଦନ୍ତ ଆରମ୍ଭ କରି ଦେଇଥିଲେ। ସନ୍ଦେହରେ ଅଟୋ ଚାଳକଙ୍କୁ ଦିନ ତମାମ  ଥାନାରେ  ଅଟକ ରଖିଥିଲା ପୋଲିସ  ।  ତେବେ ଘଟଣାରେ ଟିମ୍ ଗଠନ କରାଯାଇ ସିସିଟିଭି ଫୁଟେଜ ଆଧାରରେ ତଦନ୍ତ ହେଉଛି ବୋଲି କହିଛନ୍ତି ଥାନାଧିକାରୀ ।

Leave a Reply