spot_img

Latest Posts

କରୋନା ଠାରୁ ମାରାତ୍ମକ ମାରବର୍ଗ ଭୂତାଣୁ, ୮୮% ମୃତ୍ୟୁ ସମ୍ଭାବନା

ନୂଆଦିଲ୍ଲୀ: କରୋନା ବିପଦ ନ ଯାଉଣୁ ଆସିଲା ଆଉ ଏକ ନୂଆ ବିପଦ। ପଶ୍ଚିମ ଆଫ୍ରିକାରେ ଠାବ ହୋଇଛି ଆଉ ଏକ ନୂଆ ଭାଇରସ। ଏହାର ନାଁ ରଖାଯାଇଛି ମାରବର୍ଗ। ଏହି ଭାଇରସ ଆକ୍ରମଣ କଲେ ମୃତ୍ୟୁର ସମ୍ଭାବନା ୮୮ ପ୍ରତିଶତ ବୋଲି ଗବେଷକ କହିଛନ୍ତି। ଗତ ଅଗଷ୍ଟ ୨ ତାରିଖରେ ଏହି ଭାଇରସ ଦ୍ୱାରା ସଂକ୍ରମିତ ଜଣେ ରୋଗୀଙ୍କ ମୃତ୍ୟୁ ଘଟିଛି। ଏନେଇ ସୂଚନା ଦେଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ। ଏହି ଭାଇରସ ସହ ଏବୋଲା ଭାଇରସ ଓ କୋଭିଡ ଭୂତାଣୁର ସାମଞ୍ଜସ୍ୟ ରହିଛି। ଏହି ଭାଇରସ ବାଦୁଡିଠାରୁ ମଣିଷକୁ ସଂକ୍ରମିତ କରିଥାଏ। ଆଫ୍ରିକା ଲାଗି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଆଞ୍ଚଳିକ ନିର୍ଦ୍ଦେଶକ ଡାକ୍ତର ମାସିଡିସୋ ମୋଇତି କହିଛନ୍ତି-ଏହି ଭାଇରସ ଅତ୍ୟନ୍ତ ବିପଜ୍ଜନକ ଏବଂ ଖୁବ୍ ଶୀଘ୍ର ଏହା ବିସ୍ତାରିତ ହୋଇଥାଏ। ଏହି ଭୂତାଣୁର ମୁକାବିଲା ଲାଗି ଚେଷ୍ଟା କରାଯାଉଛି ଏବଂ ଏହି ଭୂତାଣୁ ଯେପରି ଅନ୍ୟ ଦେଶକୁ ନ ବ୍ୟାପେ ସେଥିଲାଗି ଦୃଷ୍ଟି ଦିଆଯାଇଛି। ରୋସଟେସ ପ୍ରଜାତିର ବାଦୁଡି ଦେହରେ ଏହା ଦେଖାଯାଇଥାନ୍ତି। ପ୍ରାଣ ହରାଇଥିବା ବ୍ୟକ୍ତି ଗତ ଜୁଲାଇ ୨୫ରେ ସଂକ୍ରମିତ ହୋଇଥିଲେ।

Latest Posts

Don't Miss