ଖୋଲିବନି ପ୍ରଥମରୁ ପଞ୍ଚମ ଶ୍ରେଣୀ , ସଂକ୍ରମଣ ବୃଦ୍ଧି ପରେ ବଦଳିଲା ନିଷ୍ପତ୍ତି
1 min read
ଭୁବନେଶ୍ୱର: କୋଭିଡ୍ ସଂକ୍ରମଣ ବୃଦ୍ଧି ପରେ ବଦଳିଲା ନିଷ୍ପତ୍ତି । କାଲିଠୁ ଖୋଲିବନି ପ୍ରାଥମିକ ବିଦ୍ୟାଳୟ । ୩ ତାରିଖରୁ ପ୍ରଥମରୁ ପଞ୍ଚମ ଶ୍ରେଣୀ ବିଦ୍ୟାଳୟ ଖୋଲିବା ନେଇ ଗଣଶିକ୍ଷା ବିଭାଗ ନେଇଥିବା ନିଷ୍ପତ୍ତିକୁ ସାମୟିକ ଭାବେ ସ୍ଥଗିତ ରଖାଯାଇଛି । ରାଜ୍ୟରେ ୨ ଦିନ ଧରି କୋଭିଡ୍ ସଂକ୍ରମଣ ମାମଲା ବୃଦ୍ଧି ପାଇବାରେ ଲାଗିଛି । ଗତ ୨୪ ଘଣ୍ଟାରେ ୪ ଶହରୁ ଅଧିକ ସଂକ୍ରମିତ ଚିହ୍ନଟ ହେବା ପରେ ପିଲାଙ୍କ ବୃହତ୍ତର ସ୍ୱାସ୍ଥ୍ୟଗତ ହିତକୁ ନଜରରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି ।
ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ୍ ଖୋଲାଯିବା ନିଷ୍ପତ୍ତି ସାମୟିକ ଭାବରେ ସ୍ଥଗିତ କଲେ ରାଜ୍ୟ ସରକାର। #OdishaCares pic.twitter.com/VaijcxYlE1
— I & PR Department, Odisha (@IPR_Odisha) January 2, 2022
ଏଥିସହ ପଢ଼ନ୍ତୁ: ଦୀର୍ଘ ଦିନ ପରେ କୋଭିଡର ଲମ୍ବ ଡିଆଁ, ୪୦୦ ଟପିଲା ଦୈନିକ ସଂକ୍ରମଣ
ଆସନ୍ତାକାଲି ଠାରୁ ରାଜ୍ୟର ପ୍ରାୟ ୨୩ ହଜାର ପ୍ରାଥମିକ ବିଦ୍ୟାଳୟ ଖୋଲିଥାନ୍ତା । ବାକି ୩ ହଜାର ୯୩ ବିଦ୍ୟାଳୟ ୧୦ ତାରିଖରୁ ଖୋଲିଥାନ୍ତା । ତେବେ ପୂର୍ବଭଳି ବିଦ୍ୟାଳୟ ଶ୍ରେଣୀଗୃହରେ ଷଷ୍ଠରୁ ଦଶମ ଶ୍ରେଣୀ ପାଠପଢ଼ା ଜାରି ରହିବ ବୋଲି ସୂଚନା ଦିଆଯାଇଛି । ଜାନୁଆରୀ ୫ରୁ ୮ ତାରିଖ ଯାଏ ଦଶମ ଶ୍ରେଣୀ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ସମେଟିଭ-୦୧ ପରୀକ୍ଷା ହେବ । କରୋନା ନିୟମ ମାନି ପରୀକ୍ଷା ହେବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ମିଳିଛି ।