କାମାକ୍ଷାନଗରରେ ନିର୍ମାଣ ହେଉଛି ଦେଶର ପ୍ରଥମ ସିନ୍ଥେଟିକ୍ ରାସ୍ତା

କାମାକ୍ଷାନଗର : କାମାକ୍ଷାନଗରରେ ନିର୍ମାଣ ହେଉଛି ଦେଶର ପ୍ରଥମ ସିନ୍ଥେଟିକ୍ ରାସ୍ତା  । କାମାକ୍ଷାନଗର ସହରର ଇଲେକ୍ଟ୍ରିଅଫିସ ଛକଠାରୁ ଗୁଣ୍ଡିଚାନାଳୀ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ହେଉଛି  । ପ୍ରଥମ କରି ସିନ୍ଥେଠିକ ଉପରେ ପିଚୁ ପକାଇ ଜର୍ମାନ ଟେକନୋଲୋଜିରେ ରାସ୍ତା ନିର୍ମାଣ ହେଉଛି  । ପୂର୍ବ ନବୀନ ସରକାର ସମୟରେ ଏହି ରାସ୍ତା ପାଇଁ ହୋଇଥିଲା ଭିତ୍ତିପ୍ରସ୍ତର ସ୍ଥାପନ  । ପୂର୍ବତନ ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଗତ ଫେବ୍ରୁଆରୀ ୨୫ ତାରିଖରେ ଏହି ନୂତନ ଟେକନୋଲୋଜି ରାସ୍ତା ପାଇଁ ଭିତ୍ତିପ୍ରସ୍ତର ହୋଇଥିଲା  ।

ସାରା ଦେଶରେ ପ୍ରଥମ କରି ନୂତନ ଜ୍ଞାନକୌଶଳରେ ନିର୍ମାଣ ହେଉଛି ଏହି ରାସ୍ତା । ପୂର୍ତ୍ତ ବିଭାଗ ଦ୍ୱାରା ନିର୍ମାଣ ହେଉଥିବା ଏହି ରାସ୍ତାରେ ପ୍ରଥମକରି ସିନ୍ଥେଠିକ ବିଛାଯାଇ ତାହା ଉପରେ ପିଚୁ ପକାଇ ରାସ୍ତା ନିର୍ମାଣ କରାଯାଉଛି  । ରାସ୍ତାର ସ୍ଥାୟୀତ୍ୱ ବୃଦ୍ଧି ପାଇବା ସହ ରକ୍ଷଣାବେକ୍ଷଣ ଖର୍ଚ୍ଚ କମ ହୋଇପାରିବ  । ଓଡ଼ିଶା ସରକାରଙ୍କ ପୂର୍ତ୍ତ ବିଭାଗ ଅଧୀନରେ ସିଗନାଏନେଟେକ କନଷ୍ଟ୍ରକସନ ସହଯୋଗରେ ୭୦୦ ମିଟରର ଏହି ସିନ୍ଥେଠିକ ରାସ୍ତା ନିର୍ମାଣ କରାଯାଉଛି  । ପ୍ରଥମ କରି ଭାରତରେ କାମାକ୍ଷାନଗରରେ ଏହି ରାସ୍ତା ନିର୍ମାଣ ହେଉଥିବା ବେଳେ ରାସ୍ତାର ସ୍ଥାୟୀତ୍ବ ଓ ଗୁଣବତ୍ତା ନିଶ୍ଚୟ ଉଚ୍ଚମାନର ହେବା ନେଇ ଆଶା କରିଛନ୍ତି ପୂର୍ତ୍ତ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ଓ କନଷ୍ଟ୍ରକସନ ଇଞ୍ଜିନିଅର  ।