ବିଶ୍ବରେ ପ୍ରଥମ ମୁଣ୍ଡ ନେଲା ମଙ୍କିପକ୍ସ, ସ୍ପେନରେ ୪ ହଜାର ଆକ୍ରାନ୍ତ
1 min read
ମେଡ୍ରିଡ: ବିଶ୍ବରେ ଆତଙ୍କ ଖେଳାଇଲାଣି ମଙ୍କିପକ୍ସ । ବିଶ୍ବରେ ପ୍ରଥମ ମୁଣ୍ଡ ନେଲା ଭୟଙ୍କର ମଙ୍କିପକ୍ସ । ସର୍ବାଧିକ ମକ୍ସିପକ୍ସରେ ପ୍ରଭାବିତ ଦେଶ ସ୍ପେନରେ ପ୍ରଥମ ମୃତ୍ୟୁ ଘଟିଛି । ବର୍ତ୍ତମାନ ସୁଦ୍ଧା ସ୍ପେନରେ ପାଖାପାଖି ୪୨୯୮ ଜଣ ସଂକ୍ରମିତ ହୋଇଛନ୍ତି । ଗତ ଶନିବାର WHO (ବିଶ୍ବ ସ୍ବାସ୍ଥ୍ୟ ସଂଗଠନ) ଅନ୍ତର୍ଜାତୀୟ ସ୍ବାସ୍ଥ୍ୟ ସଂକଟ ଘୋଷଣା କରିଥିଲା ।
ଗତ ମେ’ ମାସ ଆରମ୍ଭରୁ ଆଫ୍ରିକାକୁ ବାଦ୍ ଦେଲେ ସମଗ୍ର ଦୁନିଆରେ ୧୮ ହଜାରରୁ ଅଧିକ ମଙ୍କିପକ୍ସ ମାମଲା ସାମନାକୁ ଆସିଛି । ଯେଉଁଥିରେ ୭୦ ପ୍ରତିଶତ ମାମଲା ୟୁରୋପରେ ଓ ୨୫ ପ୍ରତିଶତ ମାମଲା ଆମେରିକାରେ ଦେଖିବାକୁ ମିଳିଛି । ୭୮ଟି ଦେଶରେ ପହଞ୍ଚିଛି ମଙ୍କିପକ୍ସ ।
ଭାରତରେ ବର୍ତ୍ତମାନ ସୁଦ୍ଧା ୪ଟି ମଙ୍କିପକ୍ସ ମାମଲା ସାମନାକୁ ଆସିଛି । କେନ୍ଦ୍ର ସରକାର ମଧ୍ୟ ମଙ୍କିପକ୍ସର ପ୍ରକୋପକୁ ଦେଖି ଗାଇଡଲାଇନ ଜାରି କରିଛନ୍ତି । ଆକ୍ରାନ୍ତ ରୋଗୀ ୨୧ ଦିନ ଅଲଗା ରହିବା ପାଇଁ ଗାଇଡଲାଇନରେ ନିର୍ଦ୍ଦେଶ ରହିଛି । ଜ୍ବର ସହିତ ମୁଣ୍ଡବ୍ୟଥା, ଗଳା ଯନ୍ତ୍ରଣା, ଶରୀର ସହ ତ୍ବଚାରେ ଘା’ ହୋଇଥାଏ । ଏହି ଲକ୍ଷଣ ରୋଗୀ ଶରୀରରେ ତିନି ସପ୍ତାହ ପର୍ଯ୍ୟନ୍ତ ରହିଥାଏ ।